ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ

କଟକ :  ‘ସମାଜ’ର ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ନୀଳାଦ୍ରି ପକ୍ଷରୁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ମାନ୍ୟତା ପ୍ରଦାନ କରାଯାଇଛି। ଶନିବାର  ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ଅବସରରେ ଅନୁଷ୍ଠାନ ପକ୍ଷରୁ ଉତ୍କଳମଣିଙ୍କୁ ଏହି ମାନ୍ୟତା ପ୍ରଦାନ କରାଯାଇଛି। କଟକ ବକ୍ସିବଜାର ସ୍ଥିତ ଗୋପବନ୍ଧୁ ଭବନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ମାନ୍ୟତା ପ୍ରଦାନ କରାଯାଇଛି। ପ୍ରକୃତରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ  ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଥିଲେ ବୋଲି ମତ ପ୍ରକାଶ ପାଇଛି।

 

ଏହି ଅବସରରେ ଆଜି ସକାଳେ ରୋଟାରୀ କ୍ଲବ ପକ୍ଷରୁ ଏକ ବାଇକ ଶୋଭାଯାତ୍ରା ଭୁବନେଶ୍ୱରର ଗୋପବନ୍ଧୁଛକରୁ ବାହାରି କଟକ ଗୋପବନ୍ଧୁ ଭବନରେ ପହଞ୍ଚିଛି। ଗୋପବନ୍ଧୁଙ୍କୁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ମାନ୍ୟତା ଦେବା ପାଇଁ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ରୋଟାରୀ କ୍ଲବ ଅଫ ଭୁବନେଶ୍ୱର ନୀଳାଦ୍ରିର ସଭାପତି ଡ. ଚିନ୍ମୟ ପାଣି ଏବଂ ଆୟୋଜନ କମିଟିର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି।

ଏହି ଅବସରରେ ଗୋପବନ୍ଧୁ ଦାସ  ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ କମିଟି ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଥିଲେ ସବୁ ସଂଗଠନଠାରୁ ଊର୍ଦ୍ଧ୍ବରେ, ସେ ସାରା ପୃଥିବୀରେ ଅଦ୍ୱିତୀୟ ସ୍ବେଚ୍ଛାସେବୀ ଥିଲେ l ଭାରତ ରତ୍ନ ତାଙ୍କ ପାଇଁ ନ୍ୟୂନ ହେବ। ଆଜି ଯଦି ଯୁବ ପିଢ଼ି ତାଙ୍କର ସମର୍ପଣ ଜୀବନ ଓ ଇତିହାସକୁ ଦେଖିବେ l ରୋଟାରି ଆଜି ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଅନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଘୋଷଣା କରି ଧନ୍ୟ କରିଛି ଆମ ଓଡ଼ିଆ ଜାତିକୁ ଓ ଓଡ଼ିଆ ମାଟିକୁ I

Comments are closed.