ଅନ୍ତର୍ଜାତୀୟ ଚା’ ଦିବସ: କେବଳ ଥଣ୍ଡା ସର୍ଦ୍ଦି ନୁହେଁ ଅନେକ ରୋଗରୁ ଦିଏ ଉପଶମ

ଥଣ୍ଡାପାଗରେ ଗରମ ଗରମ ଚା’ କାହାକୁ ବା ଭଲ ନଲାଗେ। ଏମିତିରେ ଭାରତରେ ଚା’ ପ୍ରେମୀଙ୍କ ସଂଖ୍ୟା ମଧ୍ୟ କମ୍ ନୁହେଁ। ମାତ୍ର ଏକ କପ୍ ବିଭିନ୍ନ ସମସ୍ୟାର ସମାଧାନ ବୋଲି ଲୋକ ଭାବନ୍ତି। ଥକ୍କାପଣ ଦୂର କରିବା, ନିଦ ଭାଙ୍ଗିବା ଏବଂ ଥଣ୍ଡା ସର୍ଦ୍ଦିରୁ ମୁକ୍ତି ପାଇବା ପାଇଁ ମାତ୍ର ଏକ ଚା’ ଯଥେଷ୍ଟ। ଆଜି ବି କେତେକ ଲୋକ ମୁଣ୍ଡ ବିନ୍ଧାରୁ ମୁକ୍ତି ପାଇବା ପାଇଁ ପ୍ରଥମେ କପେ ଚା’ ପିଅନ୍ତି ଏବଂ ତା’ପରେ ଔଷଧ ନିଅନ୍ତି। ଚା’ରେ ତୁଳସୀ ପତ୍ର ପକାଇ ଯେଉଁ କାଢା ପ୍ରସ୍ତୁତ କରାଯାଏ, ତାହା କୌଣସି ରାମବାଣ ଠାରୁ କମ୍‌ ନୁହେଁ। ଡାକ୍ତରଙ୍କ ମତ ଅନୁଯାୟୀ ଚା’ରେ ଏଣ୍ଟି-ଅକ୍ସିଡେଣ୍ଟ ପୋଲିଫେନଲ (polyphenol) ତତ୍ତ୍ବ ରହିଥାଏ, ଯାହା ଇନପ୍ଲାମେଶନ ଫାଇଟର(inflammation fighter) ଭଳି କାର୍ଯ୍ୟ କରିଥାଏ। ଆଜି ହେଉଛି ଅନ୍ତର୍ଜାତୀୟ ଚା’ ଦିବସ। ଏହି ଅବସରରେ ଚା’କୁ ନେଇ ବିଶେଷ ଉପସ୍ଥାପନା।

ଶୀତ ଦିନରେ ଥଣ୍ଡା ଜ୍ବର ହେବା ଏକ ସ୍ବଭାବିକ କଥା। ଏହି ସମୟରେ ତୁଳସୀ ଚା’ ପିଇବା ବହୁ ଲାଭଦାୟକ ଅଟେ । କଫ ଦୂର ହେବା ସହ  ପାଚନ ତନ୍ତ୍ରକୁ ସଠିକ୍ ରଖିଥାଏ। ତୁଳସୀ ଚା’ କାର୍ଟିସୋନ ହରମୋନକୁ ନିୟନ୍ତ୍ରଣ ରଖିଥାଏ । ଯାହା ଦ୍ବାରା ଦୁଶିନ୍ତା ଦୂର ହୋଇଥାଏ ।ଶରୀରରେ ହେଉଥିବା ଯନ୍ତ୍ରଣାକୁ ତୁଳସୀ ଚା’ ଦୂର କରିବା ସହ ରକ୍ତର ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିଥାଏ ।ଏହା ସହ ପାଟିକୁ କୀଟାଣୁ ମୁକ୍ତ ରଖିବା ସହ ଫ୍ରେଶନର ଭଳି କାମ କରେ।

ସେହିପରି ଥଣ୍ଡା ପାଗରେ ଲବଙ୍ଗ ଚା’ର ଉପକାରିତା ଅନେକ। ଲବଙ୍ଗ ଗରମ ହୋଇ ଥିବାରୁ ସେଥିରୁ ପ୍ରସ୍ତୁତ ଚା’ ଦିନକୁ ୨ରୁ ୩ ଥର ସେବନ କରିବା ଦ୍ବାରା ଥଣ୍ଡାକାଶ ଦୂର ହୋଇଥାଏ। କଫ ଏବଂ ଗଳା ସଫା ପାଇଁ ଲବଙ୍ଗ ଚା’ ରାମବାଣ ଭଳି କାମ କରେ। ଏହା ସହ ଜ୍ବର ହୋଇଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ଏହି ଚା’ ଅନେକ ଲାଭକାରୀ। ଶରୀର ବା ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଉଥିବା ଯନ୍ତ୍ରଣା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ। ପେଟରେ ଏସିଡିଟି ଏବଂ ହଜମ ପ୍ରକ୍ରିୟା ସଠିକ୍ ନଥିଲେ ଲବଙ୍ଗ ଚା’ ପିଇବା ଫଳପ୍ରଦ ହୋଇଥାଏ।

Comments are closed.