MEllora 950×100

ୟୁରୋପୀୟନ ସଂସ୍ଥା ଦ୍ୱାରା ଛାୟାକାର କରୁଣାକର ଶତପଥି ସମ୍ମାନୀତ 

ସମ୍ବଲପୁର  : ସମ୍ବଲପୁରର ସ୍ୱନାମ ଧନ୍ୟ ଛାୟାକାର କରୁଣାକର ଶତପଥି ୟୁନିସ୍କୋ ଦ୍ୱାରା ମାନ୍ୟତାପ୍ରାପ୍ତ ଫ୍ରାନ୍ସର ଫଟୋଗ୍ରାଫି ସଂସ୍ଥା ଇଏଫଆଇଏପି ଦ୍ୱାରା ସମ୍ମାନୀତ ହୋଇଛନ୍ତି । ଇଏଫଆଇଏପି ସମ୍ମାନରେ ସମ୍ମାନିତ କରିଥିବା ଏହି ସଂସ୍ଥାରେ ୯୦ରୁ ଅଧିକ ଦେଶ ଜଡିତ ଅଛନ୍ତି । ଶ୍ରୀ ଶତପଥି ୩ଟି ସ୍ତରରେ ଚୟନ ହେବା ପରେ ଏହି ମର୍ଯ୍ୟାଦା ସମ୍ପନ୍ନ ସ୍ୱୀକୃତି ପାଇଛନ୍ତି । ବିଭିନ୍ନ ଦେଶର ଆର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଥିବା ଫଟୋଗ୍ରାଫର ମାନଙ୍କୁ ଏହି ସମ୍ମାନ ମିଳିଥାଏ। ଶ୍ରୀ ଶତପଥି ଅନେକବାର ଆର୍ନ୍ତରାଷ୍ଟ୍ରୀୟ ଫଟୋଗ୍ରାଫି ୱାର୍କସପ, ସେମିନାର ତଥା ପ୍ରତିଯୋଗିତା ମାନଙ୍କରେ ଅଂଶ ଗ୍ରହଣ କରି ସାରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସବୁ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଉଛି।

Comments are closed.