ଇପିଏଫ୍ ଉପଭୋକ୍ତାଙ୍କ ଖାତାକୁ ଗଲା ସୁଧ ଅର୍ଥ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି(ଇପିଏଫ୍) ଖାତାଧାରୀଙ୍କ ଜମାଖାତାରେ ୨୦୧୯-୨୦ ବର୍ଷର ସୁଧ ଅର୍ଥ ଜମା ଆରମ୍ଭ ହୋଇଛି। ୮.୫ ହାରରେ ଗୁରୁବାର ଠାରୁ ସୁଧ ଅର୍ଥ ଜମା କରାଯାଇଛି। ଜାନୁଆରୀ ୧ ତାରିଖରୁ ଜମାଖାତାରେ ସୁଧ ଅର୍ଥ ଜମା ଦେଖାଯାଇପାରିବ। ସୁଧ ଅର୍ଥ ଜମା ହେବା ସମ୍ପର୍କରେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସନ୍ତୋଷ ଗଙ୍ଗୱର ଗୁରୁବାର ଘୋଷଣା କରିଛନ୍ତି।

ଦେଶର ୬କୋଟି ଇପିଏଫ ଉପଭୋକ୍ତା ଏହି ସୁଧ ଅର୍ଥ ପାଇବାକୁ ଅପେକ୍ଷା କରିରହିଥିଲେ। ଏହି ସୁଧ ଅର୍ଥ ଗୋଟିଏ ଥରରେ ଜମା ହେବ। ପୂର୍ବରୁ ଇପିଏଫଓ ଦୁଇଟି କିସ୍ତିରେ ୮.୫% ସୁଧ ଜମା କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ୮.୧୫% ରାଶି, ତା’ପରେ ୦.୩୫ ପ୍ରତିଶତ ଅଂଶ ଜମା କରାଯାଉଥିଲା। ଏବେ ଏକ ସମୟରେ ୮.୫ % ସୁଧ ପ୍ରଦାନ କରାଯିବ।

Comments are closed.