ଆନ୍ତଃଜିଲା ସିନିୟର ମହିଳା ଫୁଟବଲ, କଟକ-ଭୁବନେଶ୍ବର-ଏ ଫାଇନାଲ ଆଜି

କଟକ: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା(ଫାଓ) ଆନୁକୂଲ୍ୟରେ ଝାରସୁଗୁଡ଼ାରେ ଚାଲିଥିବା ଆନ୍ତଃଜିଲା ସିନିୟର ମହିଳା ଫୁଟବଲ ପି.ସି ବେହେରା ଟ୍ରଫି ୨୦୨୦-୨୧ର ଫାଇନାଲରେ କଟକ ଓ ଭୁବନେଶ୍ବର-ଏ ପ୍ରବେଶ କରିଛନ୍ତି। ରବିବାର ଫାଇନାଲ ମ୍ୟାଚ ଖେଳାଯିବ। ଶନିବାର ୨ଟି ସେମିଫାଇନାଲ ମ୍ୟାଚ ଖେଳା ଯାଇଥିଲା। ଏଥିରେ କଟକ ଓ ଭୁବନେଶ୍ବର-ଏ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି।

ପ୍ରଥମ ସେମିଫାଇନାଲରେ କଟକ ପେନାଲ୍‌ଟି ସୁଟ୍‌ଆଉଟ୍‌ ୭-୬ ଗୋଲରେ ଭୁବନେଶ୍ବର-ବିକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟ ଖେଳ ୧-୧ ଗୋଲ୍‌ରେ ବରାବର ରହିଥିଲା। କଟକ ପକ୍ଷରୁ ଦୀପା ନାଏକ ୫୧ ମିନିଟ୍‌ ଓ ଭୁବନେଶ୍ବର-ବି ପକ୍ଷରୁ ଅମୃତା ନାଏକ ୬୫ ମିନିଟ୍‌ରେ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ପରେ ଟାଇବ୍ରେକର ହୋଇଥିଲା। ଟାଇବ୍ରେକର ୫-୫ ଗୋଲ୍‌ରେ ବରାବର ରହିଥିଲା। ପେନାଲ୍‌ଟି ସୁଟ୍‌ଆଉଟ୍‌ରେ କଟକ ୬-୫ ଗୋଲରେ ବିଜୟୀ ହୋଇଥିଲା। ୨ୟ ସେମିଫାଇନାଲ ମ୍ୟାଚରେ ଭୁବନେଶ୍ବର-ଏ ୮-୦ ଗୋଲରେ କେନ୍ଦ୍ରାପଡ଼ାକୁ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି।

Comments are closed.