ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ବିଚକ୍ଷଣ ଶିଶୁ ମାର୍କ ଅଗ୍ରୱାଲ

ଲଖନପୁର/ଝାରସୁଗୁଡ଼ା: ବିଚକ୍ଷଣ ଜ୍ଞାନ ବଳରେ ଝାରସୁଗୁଡ଼ା ଜିଲା ବେଲପାହାଡ଼ ସହରର ଜଣେ ୩ ବର୍ଷ ୮ ମାସର କୁନି ବାଳକ ମାର୍କ ଅଗ୍ରୱାଲ ନିକଟ ଅତୀତରେ ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସଫଳ ହୋଇ ଗୌରବ ଅର୍ଜନ କରିଛନ୍ତି। ବାପା ବ୍ରିଜେଶ ଅଗ୍ରୱାଲ ଓ ମାଆ ସିମୋନା ଅଗ୍ରୱାଲଙ୍କ ପୁଅ ମାର୍କଙ୍କ ଏହି ସଫଳତା ପରେ ଅଞ୍ଚଳରେ ଖୁସିର ଲହରି ଖେଳି ଯାଇଛି। କୁନି ବାଳକ ମାର୍କ କେବଳ ୧ ମିନିଟ ୧୯ ସେକେଣ୍ଡ ସମୟ ମଧ୍ୟରେ ପେରିଓଡିକ ଟେବୁଲ, ୨ ଶହଟି ଦେଶର ପତାକା ଚିହ୍ନଟ, ୫୬ଟି ସ୍ମୃତିଚିହ୍ନ ଚିହ୍ନଟ, ୫୯ଟି ଦେଶ ସହିତ ରାଜଧାନୀର ନାମ, ଭାରତର ସମସ୍ତ ରାଜ୍ୟ ଓ କେନ୍ଦ୍ରସାଶିତ ଅଞ୍ଚଳ ଗୁଡ଼ିକର ରାଜଧାନୀର ନାମ, ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ନାମ, ୪୦ଟି ବିପରିତ ଶବ୍ଦ, ୧୦୮ଟି ପ୍ରାଣୀ, ପକ୍ଷୀ ଓ କୀଟର ନାମ, ୧୭ଟି ପ୍ରାଣୀ ସାବକର ନାମ, ୩୦ଟି ଗୃହପାଳିତ ପ୍ରାଣୀ, ୨୯ଟି ଯାନବାହାନ, ୧୪ଟି ଫୁଲ, ୨୮ଟି ଫଳ, ୧୭ଟି ପନିପରିବା, ସାସ୍କୃତରେ ମନ୍ତ୍ର, ୧୭ ଜଣ ମହାପୁରୁଷ, ୨୦ଟି କ୍ରୀଡ଼ା, ଶରୀରର ୨୫ଟି ଅଙ୍ଗ, ଜାତୀୟ ସଂଗୀତ, ବର୍ଷକ ୧୨ ମାସ ଆଦି ଉପରେ ସେ ଅତି ପାରଙ୍ଗମ। ଏହି ଗୁଡ଼ିକୁ ମାର୍କ କେବଳ ୧ ମିନିଟ ୧୯ ସେକେଣ୍ଡ ସମୟ ମଧ୍ୟରେ ସମାପ୍ତ,  ଚିହ୍ନଟ ଓ କହିପାରିବାର ସର୍ବୋଚ୍ଚ ରେକର୍ଡ଼ ରହିଥିବା ଜଣାପଡ଼ିଛି। ଏଥି ପାଇଁ ମାର୍କ ଏସିଆ ଓ ଇଣ୍ଡିଆ ବୁକ ଅଫ ରେକର୍ଡ଼ ଭଳି ଦୁଇଟି ରେକର୍ଡ଼ରେ ସ୍ଥାନ ପାଇଛନ୍ତି ।

Comments are closed.