ଜିଲାପାଳଙ୍କର କାର୍ଯ୍ୟାଳୟରେ ପାଣିପାଗ ଯନ୍ତ୍ର ସ୍ଥାପନ

ନବରଙ୍ଗପୁର : ଜିଲାପାଳଙ୍କର କାର୍ଯ୍ୟାଳୟ ପରିସରରେ ପ୍ରଥମଥର ପାଇଁ ଭାରତ ପାଣିପାଗ ବିଭାଗ ଦ୍ୱାରା ନୂତନଭାବେ ସ୍ୱୟଂଚାଳିତ ପାଣିପାଗ ଯନ୍ତ୍ର ସ୍ଥାପନ କରାଯାଇଛି। ବିଭାଗୀୟ ଇଞିନିୟର ଶ୍ରଦ୍ଧାନନ୍ଦ ବିଶ୍ୱାଳ ଓ  ରଞନ କୁମାର ମହାପାତ୍ର ଆସି ଏହାକୁ ସ୍ଥାପନ କରିବା ସହ ଯନ୍ତ୍ରକୁ କାର୍ଯ୍ୟକ୍ଷମ କରିଛନ୍ତି। ଏହି ଯନ୍ତ୍ରଦ୍ୱାରା ବର୍ଷାର ପରିମାଣ, ବାୟୁର ତାପମାତ୍ରା, ପବନର ବେଗ ଓ ଗତି, ବାୟୁର ଆଦ୍ରତା ଇତ୍ୟାଦି ସଠିକ୍‍ ଭାବେ ସୂଚନା ମିଳିପାରିବ ବୋଲି କୁହାଯାଇଛି। ଜିଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଏହାର ତଦାରଖ କରାଯିବ ବୋଲି ଜଣାପଡିଛି।

Comments are closed.