ଆଇଏନଏସ ବିଶାଖାପାଟଣା ପ୍ରସ୍ତୁତ; ୨୧ରେ ସାମିଲ ହେବ

ନୂଆଦିଲ୍ଲୀ: ଭାରତରେ ସ୍ୱଦେଶୀ କାରିଗରୀରେ ନିର୍ମିତ ଯୁଦ୍ଧ ଜାହାଜ ଆଇଏନଏସ ବିଶାଖାପାଟଣା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଚଳିତ ମାସ ୨୧ ତାରିଖରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାକୁ ଭାରତୀୟ ନୌବାହିନୀରେ ସାମିଲ କରାଯିବ । କେନ୍ଦ୍ର ସରକାର ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବାକୁ ‘ମେକ ଇନ ଇଣ୍ଡିଆ’ ଅଭିଯାନ ଆରମ୍ଭ କରିବା ପରେ ସଂପ୍ରତି ଦେଶରେ ବହୁ ସରଞ୍ଜାମ ଏବଂ ଉପକରଣ ନିର୍ମାଣ କରାଯାଉଛି । ଏହି ଯୁଦ୍ଧ ଜାହାଜକୁ ନୌସେନାରେ ସାମିଲ କରାଯିବା ପରେ ଏହାର କାର୍ଯ୍ୟକାରିତା ସମ୍ପର୍କିତ ଆଉ କେତେକ ପ୍ରୟୋଗାତ୍ମକ ପରୀକ୍ଷଣ କରାଯିବା ପରେ ତାହା ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ ବୋଲି ଆଇଏନଏସ ବିଶାଖାପାଟଣାର କମାଣ୍ଡିଂ ଅଫିସର ଭାବେ ଦାୟିତ୍ୱ ନେବାକୁ ଯାଉଥିବା କ୍ୟାପଟେନ ବୀରେନ୍ଦ୍ର ସିଂ ବେନ୍ସ କହିଛନ୍ତି ।

Comments are closed.