ଅସହାୟ ବୃଦ୍ଧ ଉଦ୍ଧାର

ଚୌଦ୍ୱାର :  ଚୌଦ୍ୱାରର ଲିଗାଲ ଏଡ ୱାର୍କସ (ଲ)ର କର୍ମକର୍ତ୍ତା ମାନେ ଜଣେ  ଅସହାୟ ବୃଦ୍ଧଙ୍କୁ ଉଦ୍ଧାର କରିଛି।  ବୃଦ୍ଧ ଜଣକ ଗୁରୁବାର ସକାଳେ ସ୍ଥାନୀୟ ହିଙ୍ଗୁଳାଇସାହି ପାଖ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ନିକଟରେ ପଡ଼ିଥିଲେ। ତାଙ୍କ ମୁଣ୍ଡ ଫାଟି ଯାଇ ରକ୍ତାତ ଅବସ୍ଥାରେ ପଡିଥିଲେ। ତାଙ୍କୁ ଦେଖି ସ୍ଥାନୀୟ ଲୋକେ ଲ’ ସଂଗଠନକୁ ଖବର ଜଣାଇଥିଲେ। ଖବରପାଇ ସଂଗଠନର ସଭାପତି ସୁଶାନ୍ତ କୁମାର ନାୟକ, ସଂପାଦକ ମାନସ କୁମାର ସାହୁ ଓ କର୍ମକର୍ତ୍ତା ବୃଦ୍ଧଙ୍କ ନିକଟରେ ପହଞ୍ଚି ପ୍ରାଥମିକ ଚିକିତ୍ସା କରାଇ ଚୌଦ୍ୱାର ଥାନାକୁ ନେଇଯାଇଥିଲେ। ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ନିର୍ଦ୍ଦେଶ କ୍ରମେ କର୍ମକର୍ତ୍ତା ମାନେ ବୃଦ୍ଧ ଜଣକୁ ଛତିଆ ସ୍ଥିତ ସେବକ ଆଶ୍ରମରେ ଛାଡିଥିବା ଜଣାପଡ଼ିଛି।

Comments are closed.