ପ୍ରଥମ ଇନ୍‍-ଫ୍ଲାଇଟ ମୋବାଇଲ ସେବା ଦେବ ଜିଓ

ମୁମ୍ବଇ : ଜିଓ ପୋଷ୍ଟପେଡ ପ୍ଲସ୍‍ ଗ୍ରାହକଙ୍କ ନିମନ୍ତେ ଭାରତର ପ୍ରଥମ ଇନ୍‍ ଫ୍ଲାଇଟ ସେବା ଆରମ୍ଭ କରିବାକୁ ଜିଓ ଏବଂ ପାନାସୋନିକ ଆଭିଓନିକ୍ସ କର୍ପୋରେସନର ସହଯୋଗୀ ସଂସ୍ଥା ଏରୋମୋବାଇଲ ସହଭାଗିତା କରିଛନ୍ତି। ଜିଓର ଇନ ଫ୍ଲାଇଟ ସେବା ବିଦେଶ ଯାତ୍ରା କରୁଥିବା ପ୍ରତ୍ୟେକ ଭାରତୀୟ ବିମାନ ଯାତ୍ରୀଙ୍କୁ ସୁଲଭ ମୂଲ୍ୟରେ ବିମାନ ମଧ୍ୟରେ ଭଏସ୍‍ ଓ ଡାଟା ସେବା ଜରିଆରେ ସଂଯୁକ୍ତ ରହିବାର ସୁଯୋଗ ପ୍ରଦାନ କରିବ। ସମ୍ପ୍ରତି ବିଦେଶ ଯାତ୍ରା ସମୟରେ ଭାରତୀୟଙ୍କ ପାଇଁ ଇନ୍‍ ଫ୍ଲାଇଟ ସେବା ଉପଲବ୍ଧ ହେବ। ଏହି ସେବା ଥରେ ଭାରତୀୟ ଆକାଶମାର୍ଗରେ ଉପଲବ୍ଧ ହେଲେ ସମସ୍ତ ଜିଓ ଗ୍ରାହକ ପ୍ରଥମେ ତାହାର ସୁବିଧା ନେଇପାରିବେ। ଜିଓର ଡାଇରେକ୍ଟର ଆକାଶ ଅମ୍ବାନି କହିଛନ୍ତି, ଏରୋମୋବାଇଲ ସହିତ ଆମର ସହଭାଗିତା ଦ୍ୱାରା ଆମେ ଏବେ ଆକର୍ଷଣୀୟ ମୂଲ୍ୟରେ ଇନ୍‍ ଫ୍ଲାଇଟ ରୋମିଂ ସେବା ଯୋଗାଇଦେବୁ। ଆମ ଗ୍ରାହକ ୨୦,୦୦୦ ଫୁଟ ଉଚ୍ଚତାରେ ତ୍ରୁଟିଶୂନ୍ୟ ସେବା ଉପଭୋଗ କରିପାରିବେ।

Comments are closed.