ବାରବାଟୀରେ ଇତିହାସ ସୃଷ୍ଟି କରିବେ କୂଳଦୀପ !

କଟକ : ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ତିନିଟିକିଆ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ ଆସନ୍ତାକାଲି(ରବିବାର) କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚରେ ଭାରତୀୟ ଦଳର ଚାଇନା ମ୍ୟାନ ସ୍ପିନ ବୋଲର କୂଳଦୀପ ଯାଦବ ଏକ ନୂଆ ରେକର୍ଡ ନିଜ ନାମରେ କରିପାରନ୍ତି। ସେ ଏପର୍ଯ୍ୟନ୍ତ ୫୪ଟି ଦିନିକିଆ ମ୍ୟାଚ ଖେଳି ୯୯ଟି ୱିକେଟ ନେଇଛନ୍ତି। ତେଣୁ ଆସନ୍ତାକାଲି ସେ ଆଉ ଗୋଟିଏ ୱିକେଟ ନେଲେ ନିଜ ନାମରେ ୧୦୦ୱିକେଟର ରେକର୍ଡ଼ କରିପାରିବେ। ଏହାସହିତ ସେ ଏକଦିବସୀୟ ମ୍ୟାଚରେ ୧୦୦ଟି ୱିକେଟ ନେଇଥିବା ଭାରତର ୨୨ତମ ଖେଳାଳି ହେବେ।


ଉଲ୍ଲେଖ ଯୋଗ୍ୟ, ବିଶାଖାପାଟଣାରେ ବୁଧବାର ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ଏକଦିବସୀୟ ମ୍ୟାଚରେ କୂଳଦୀପ ହାଟ୍ରିକ ୱିକେଟ ନେଇଥିଲେ। ଏହା ସହିତ ସେ ଦୁଇଥର ହାଟ୍ରିକ ୱିକେଟ ନେବାର ରେକର୍ଡ଼ ନିଜ ନାମରେ କରିଥିଲେ। ଏହା ପୂର୍ବରୁ ସେ ୨୦୧୭ ସେପ୍ଟେମ୍ବର ୨୧ରେ କୋଲକତା ଠାରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ପ୍ରଥମ ଥର ହାଟ୍ରିକ ୱିକେଟ ନେଇଥିଲେ।

Comments are closed.