ଇଣ୍ଡୋନେସିଆରେ ହିଂସାକାଣ୍ଡ: ୬ ମୃତ, ୨୦୦ଆହତ

ଜାକର୍ତ୍ତା: ଇଣ୍ଡୋନେସିଆ ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଦେଶରେ ସଂଘଟିତ ହିଂସାକାଣ୍ଡରେ ୬ ଜଣ ପ୍ରାଣ ହରାଇଛନ୍ତି ଓ ୨୦୦ରୁ ଅଧିକ ଆହତ ହୋଇଛନ୍ତି। ରାଜଧାନୀ ଜାକର୍ତ୍ତାରେ ଅଧିକ ହିଂସାକାଣ୍ଡ ଘଟିଛି। ଗତ ମାସରେ ଅନୁଷ୍ଠିତ ନିର୍ବାଚନରେ ଜୋକୋ ୱିଡୋଡୋ ରାଷ୍ଟ୍ରପତି ନିର୍ବାଚିତ ହେବା ନେଇ ମଙ୍ଗଳବାର ଘୋଷଣା ହେବା ପରେ ଏହି ହିଂସାକାଣ୍ଡ ଘଟିଛି।

Comments are closed.