ସାଇନି ଓ ଠାକୁରଙ୍କ ଜବରଦସ୍ତ ବୋଲିଂ : ଭାରତ ପାଇଁ ୧୪୩ରନର ବିଜୟ ଲକ୍ଷ୍ୟ

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତୀୟ ଯୁବ ଦ୍ରୁତ ବୋଲର ନବଦୀପ ସାଇନି ଓ ଶ୍ରାଦୁଲ ଠାକୁରଙ୍କ ଜବରଦସ୍ତ ବୋଲିଂ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ମାତ୍ର ୧୪୨ରନ କରିବାରେ ସକ୍ଷମ ହୋଇଛି। ସାଇନି ୪ଓଭର ବୋଲିଂ କରି ମାତ୍ର ୧୮ରନ ଦେଇ ୨ଟି ୱିକେଟ ନେଇଛନ୍ତି। ସେହିଭଳି ଶ୍ରାଦୁଲ ଠାକୁର ୨୩ରନ ଦେଇ ତିନୋଟି ୱିକେଟ ନେଇଛନ୍ତି।

pic courtesy-twitter

ଭାରତୀୟ କ୍ରିକେଟ ଦଳର ଦ୍ରୁତ ଷ୍ଟାର ବୋଲର ଜଶପ୍ରୀତ ବୁମ୍ରା ମଧ୍ୟ ଆଜି ଉତ୍ତମ ବୋଲିଂ କରିଛନ୍ତି। ସେ ୪ଓଭରରେ ୩୨ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି। ସେହିଭଳି ୱାସିଙ୍ଗଟନ ସୁନ୍ଦର ଓ ଚାଇନାମ୍ୟାନ ବୋଲର କୂଳଦୀପ ଯାଦବ ମଧ୍ୟ ଗୋଟିଏ ଲାଖେ ୱିକେଟ ନେଇଛନ୍ତି।

Comments are closed.