ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଓ ନବୀକରଣଯୋଗ୍ୟ ଉତ୍ସ ଆଡକୁ ଅଗ୍ରସର ହେଉଛି ଦେଶର ଶକ୍ତିକ୍ଷେତ୍ର

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ କ୍ଷେତ୍ର ଏକ ପରିବର୍ତନ ଆଡକୁ ଅଗ୍ରସର ହେଉଛି। ଏହି ଦଶନ୍ଧି ନବୀକରଣଯୋଗ୍ୟ ଉତ୍ସ ଓ ପ୍ରଯୁକ୍ତି ଦ୍ୱାରା ପରିଚାଳିତ ଶକ୍ତି ପରିବ୍ୟବସ୍ଥା ସୃଷ୍ଟି କରିବାକୁ ଯାଉଛି। ପ୍ରଯୁକ୍ତି ସହିତ ପରିବେଶ ଉପରେ ଗୁରୁତ୍ୱ, ଦ୍ରୁତ ବେଗରେ ଆମର ବିଦ୍ୟୁତ ଶକ୍ତିର ଉତ୍ପାଦନ, ଯୋଗାଣ ଓ ବ୍ୟବହାରର ମାଧ୍ୟମକୁ ପରିବର୍ତନ କରୁଛି। କେନ୍ଦ୍ର ସରକାର ସୌଭାଗ୍ୟ ଓ ଅନ୍ୟ ସମ୍ବନ୍ଧିତ ଯୋଜନାଗୁଡିକ ମାଧ୍ୟମରେ ଭାରତର ପ୍ରତ୍ୟେକ ଘରକୁ ବିଜୁଳିଶକ୍ତି ପହଞ୍ଚାଇବା ବ୍ୟବସ୍ଥା ବିସ୍ତାର କରିବା ଲାଗି ବଡ ପଦକ୍ଷେପ ଗ୍ରହଣ କରିବାରେ ସଫଳ ହୋଇଛନ୍ତି। ଶିଳ୍ପ ଓ ଅର୍ଥନୈତିକ ଅଭିବୃଦ୍ଧି, ସହରୀକରଣ ଓ ଉନ୍ନତ ବିଦ୍ୟୁତିକରଣରେ ବୃଦ୍ଧି ଯୋଗୁ ମୁଣ୍ଡପିଛା ବିଦ୍ୟୁତ ବ୍ୟବହାର ୨୦୧୦-୧୧ରେ ୬୯୬ କେଡବ୍ଲ୍ୟୁଏଚରୁ ୨୦୨୦-୨୧ରେ ୧୨୦୮ କେଡବ୍ଲ୍ୟୁଏଚକୁ ଦୁଇ ଗୁଣ ବୃଦ୍ଧି ପାଇଛି। ୨୦୨୦-୨୧ରେ ଇଣ୍ଡିଆନ ଏନର୍ଜି ଏକ୍ସଚେଞ୍ଜ (ଆଇଇଏକ୍ସ) ୭୪ ବିୟୁଏସ୍ର ବାର୍ଷିକ ସର୍ବାଧିକ ବିଦ୍ୟୁତ ପରିମାଣ ଓ ୩୭.୩%ର ବାର୍ଷିକ ଅଭିବୃଦ୍ଧି ସହିତ ଏକ ଅପ୍ରତ୍ୟାଶିତ ବିକାଶ ହାସଲ କରିଥିଲା। ଆଇଇଏକ୍ସର ନୂଆ କରି ପ୍ରଚଳନ କରାଯାଇଥିବା ମାର୍କେଟ ସେଗମେଂଟ – ରିଅଲ ଟାଇମ ମାର୍କେଟ (ଆରଟିଏମ) ଓ ଗ୍ରୀନ ଟର୍ମ-ଆହେଡ ମାର୍କେଟ (ଜିଟିଏଏମ) ଏହାର ବିଦ୍ୟୁତ ପରିମାଣ ୧୪% ପାଇଁ ଉତରଦାୟୀ ଅଟନ୍ତି। ଏହା ନିଜର ପ୍ରଯୁକ୍ତି ପ୍ଲାଟଫର୍ମକୁ ମଜଭୁତ ଓ ଅତ୍ୟାଧୁନିକ କରିବାକୁ ଯୋଜନା ରଖିବା ସହିତ ନୂଆ ଗ୍ରାହକ କୈନ୍ଦ୍ରିକ ଅଭିଯାନ କାର୍ଯ୍ୟକାରୀ କରିଛି। ତାହାସହିତ ଏହା ନୂଆ ମାର୍କେଟ ପ୍ଲାଟଫର୍ମଗୁଡିକୁ ଶୁଭାରମ୍ଭ କରିଛି। ନିକଟରେ ପାୱାର ଲାଇନ ଆଗରେ ପ୍ରକାଶ କରି ଆଇଇଏକ୍ସର ପରିଚାଳନା ନିର୍ଦ୍ଦେଶକ ଓ ଅଧ୍ୟକ୍ଷ ଏସ ଏନ ଗୋଏଲ ବିଦ୍ୟୁତ କ୍ଷେତ୍ରର ବର୍ତମାନର ସ୍ଥିତି ତଥା ଭବିଷ୍ୟତର ଦୃଷ୍ଟିକୋଣ ଉପରେ ନିଜର ମତାମତ ରଖିଥିଲେ।
ଶକ୍ତି ବିତରଣ କ୍ଷେତ୍ର ଏବେ ମଧ୍ୟ ଦୁର୍ବଳ ସ୍ଥିତିରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନମନୀୟତା ସତ୍ୱେ ଅନେକ ରାଜ୍ୟରେ ଆଗ୍ରିଗେଟ ଟେକ୍ନିକାଲ ଆଣ୍ଡ କମର୍ସିଆଲ (ଏଟିଆଣ୍ଡସି) କ୍ଷତି ୨୦%ରୁ ଅଧିକ ରହିଆସୁଛି। ଏକ ୠ୍ରାହକ ଉପଯୋଗୀ ଶକ୍ତି ବ୍ୟବସ୍ଥା ତିଆରି କରିବା ସମେତ ଆସନ୍ତା ୫ ବର୍ଷ ମଧ୍ୟରେ ୩ ଟ୍ରିଲିୟନ ଟଙ୍କାର ବ୍ୟୟ ଅଟକଳ ସହିତ ଏକ ଫଳାଫଳ-ସଂଯୁକ୍ତ ଶକ୍ତି ବଂଟନ କ୍ଷେତ୍ର ଯୋଜନା ଏବଂ ବିଦ୍ୟୁତ ବିତରଣ ଓ ଯୋଗାଣ କ୍ଷେତ୍ରରେ ପ୍ରତିଯୋଗିତାର ସୁବିଧା ଓ ବିତରଣ ବ୍ୟବସାୟକୁ ଲାଇସେନ୍ସ ବ୍ୟବସ୍ଥାରୁ ମୁକ୍ତ କରିବା ପାଇଁ ପ୍ରସ୍ତାବ ଦେଉଥିବା ବିଦ୍ୟୁତ୍ (ସଂଶୋଧନ) ବିଲ, ୨୦୨୦ର ଶୁଭାରମ୍ଭ କରିବା ପାଇଁ ପ୍ରୟାସ କରାଯାଉଛି। ସେହିପରି ଅନ୍ୟାନ୍ୟ ନୀତି ଓ ନିୟାମକ ପଦକ୍ଷେପଗୁଡିକ ମଧ୍ୟ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା ରହିଛି ଯେଉଁଥିରେ ବିଦ୍ୟୁତ ଶକ୍ତି ବଜାରକୁ ବ୍ୟାପକ କରିବା ପଦକ୍ଷେପ ସାମିଲ ରହିଛି, ଯାହା ଏହି କ୍ଷେତ୍ରରେ ବହୁ ଆବଶ୍ୟକୀୟ ଦକ୍ଷତା ଆଣିବ।

Comments are closed.