ଭାରତରୁ ପଣ୍ୟସାମଗ୍ରୀ ରପ୍ତାନି ୪୨.୩୩% ବୃଦ୍ଧି; ବାଣିଜ୍ୟ ନିଅଣ୍ଟ ୧୯.୯ ବିଲିଅନ ଡଲାରକୁ ହ୍ରାସ

ନୂଆଦିଲ୍ଲୀ: ୨୦୨୧ ଅକ୍ଟୋବରରେ ଦେଶରୁ ପଣ୍ୟସାମଗ୍ରୀ ରପ୍ତାନି ୪୨.୩୩ ପ୍ରତିଶତ ବୃଦ୍ଧିପାଇ ୩୫.୪୭ ବିଲିଅନ ଡଲାର ହୋଇଥିବା ଭାରତ ସରକାରଙ୍କ ପକ୍ଷରୁ ସୋମବାର ପ୍ରକାଶିତ ପ୍ରାଥମିକ ତଥ୍ୟରୁ ଜଣାଯାଇଛି । ୨୦୨୦ ଅକ୍ଟୋବରରେ ଦେଶରୁ ପଣ୍ୟସାମଗ୍ରୀ ରପ୍ତାନି ପରିମାଣ ୨୪.୯୨ ବିଲିଅନ ଡଲାର ହୋଇଥିବାବେଳେ ତାହା ପୂର୍ବ ୨୦୧୯ ଅକ୍ଟୋବରରେ ୨୬.୨୩ ବିଲିଅନ ଡଲାର ମୂଲ୍ୟର ରପ୍ତାନି ହୋଇଥିଲା । ଅନ୍ୟପକ୍ଷରେ ୨୦୨୦ ଅକ୍ଟୋବରରେ ହୋଇଥିବା ପଣ୍ୟ ସାମଗ୍ରୀ ଆମଦାନି ୩୪.୦୭ ବିଲିଅନ ଡଲାର ତୁଳନାରେ ଚଳିତ ବର୍ଷ ଅକ୍ଟୋବରରେ ତାହା ୬୨.୪୯% ବୃଦ୍ଧିପାଇ ୫୫.୩୭ ବିଲିଅନ ଡଲାର ହୋଇଛି । ୨୦୧୯ ଅକ୍ଟୋବରରେ ୩୭.୯୯ ବିଲିଅନ ଡଲାର ମୂଲ୍ୟର ପଣ୍ୟସାମଗ୍ରୀ ଆମଦାନୀ କରାଯାଇଥିଲା । ସରକାରୀ ତଥ୍ୟ ଅନୁଯାୟୀ ୨୦୨୧ ଅକ୍ଟୋବରରେ ବାଣିଜ୍ୟ ନିଅଣ୍ଟ ୧୯.୯ ବିଲିଅନ ଡଲାର ଏବଂ ୨୦୨୧ ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ଏହା ୯୮.୭୧ ବିଲିଅନ ଡଲାର ହୋଇଥିଲା । ୨୦୨୦ ଅକ୍ଟୋବରରେ ୨.୪୯ ବିଲିଅନ ଡଲାର ମୂଲ୍ୟର ସୁନା ଆମଦାନୀ କରାଯାଇଥିବାବେଳେ ୨୦୨୧ ଅକ୍ଟୋବରରେ ତାହା ୧୦୪.୨୫% ବୃଦ୍ଧିପାଇ ୫.୧ ବିଲିଅନ ଡଲାର ହୋଇଛି ।

Comments are closed.