ମହାମାରୀ କୋଭିଡ୍‌ ନେଇ ଦେଶର ୪ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ, ଘରେ ସଂଗରୋଧରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ

କରୋନାକୁ ନେଇ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଏବଂ କୋଭିଡ୍‌ ନିୟମ ମାନନ୍ତୁ

ନୂଆଦିଲ୍ଲୀ: ଆଜି ମହାମାରୀ କୋଭିଡ୍‌ ନେଇ ଦେଶର ୪ ବରିଷ୍ଠ ଡାକ୍ତରଙ୍କ ଆଲୋଚନା କରିଛନ୍ତି। ଏଥିରେ ନୂଆଦିଲ୍ଲୀର ଏମ୍‌ସ ନିର୍ଦେଶକ ଡା.ରଣଦୀପ ଗୁଲେରିଆ, ମେଦାନ୍ତ ଚେୟାର୍‌ମ୍ୟାନ୍‌ ଡା.ନରେଶ ତ୍ରେହାନ୍‌, ଏମ୍‌ସର ମେଡ଼ିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ନଭୀତ୍ ୱିଗ୍, ସାଧାରଣ ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡା.ସୁନିଲ କୁମାର ପ୍ରମୁଖ ଯୋଗଦେଇ ଦେଶରେ କରୋନା ସଂକ୍ରମଣକୁ କିଭଳି ପ୍ରତିହତ କରାଯାଇପାରିବ ସେ ସମ୍ପର୍କରେ ଜନସାଧାଣଙ୍କୁ ସଚେତନ କରିଥିଲେ। ସେମାନେ କହିଥିଲେ ଯେ ଅସୁସ୍ଥ ଅନୁଭବ କଲେ କିମ୍ବା କୋଭିଡ୍‌ ଲକ୍ଷଣ ଦେଖାଗଲେ ତୁରନ୍ତ ପରୀକ୍ଷା କରାନ୍ତୁ।

ଅଧିକାଂଶ କୋଭିଡ୍‌ ଲକ୍ଷଣ ରୋଗୀ ସାମାନ୍ୟ ଚିକିତ୍ସାରେ ସୁସ୍ଥ ହେଉଛନ୍ତି। ସମସ୍ତଙ୍କୁ ମଧ୍ୟ ହସ୍‌ପିଟାଲ୍‌ ଆସିବାର ଆବଶ୍ୟକତା ନାହିଁ। ଘରେ ଅନୁଲୋମ-ବିଲୋମ ଯୋଗ ଲାଭଦାୟକ ହୋଇପାରିବ। ଘରେ ସଂଗରୋଧରେ ରହିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଘରେ ଔଷଧ ଓ ଅକ୍ସିଜେନ୍‌ ଠୁଳ କରି ରଖନ୍ତୁ ନାହିଁ। ଅକ୍ସିଜେନ୍‌ସ୍ତର ୯୦-୯୨ କମିଲେ ଅକ୍ସିଜେନ୍‌ର ଆବଶ୍ୟକ। ଆମେ ସମସ୍ତେ ଏକାଠି ହେଲେ କରୋନା ଚେନ୍‌ ବ୍ରେକ୍‌ କରିପାରିବା। କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମାଇ ପାରିବା। ଆମର ସମସ୍ତଙ୍କ ଲକ୍ଷ୍ୟ କରୋନା ଚେନ୍‌ ବ୍ରେକ୍‌ କରିବା ଦରକାର। ଭ୍ୟାକ୍ସିନ୍‌କୁ ନେଇ କୌଣସି ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ। ଭ୍ୟାକ୍ସିନ ସହ କୋଭିଡ୍‌ ନିୟମ ମାନିବା ଜରୁରୀ। କରୋନାକୁ ନେଇ ବ୍ୟସ୍ତ ବିବ୍ରତ ହେବା ଆବଶ୍ୟକ ନାହିଁ। ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ ଏବଂ କୋଭିଡ୍‌ ନିୟମ ମାନନ୍ତୁ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

Comments are closed.