୪ ବର୍ଷ ପାଇଁ ବାସନ୍ଦ ହେ​‌ଲେ ସୀମା

ନୂଆଦିଲ୍ଲୀ : ନିଷିଦ୍ଧ ଶକ୍ତିବର୍ଦ୍ଧକ ଦ୍ରବ୍ୟ ବ୍ୟବହାର କରି ଡୋପ୍‌ ପରୀକ୍ଷାରେ ଧରା ପଡ଼ିଥିବାରୁ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ସୀମାଙ୍କୁ ଜାତୀୟ ଆଣ୍ଟି ଡୋପିଂ ଏଜେନ୍‌ସି (ନାଡ଼ା) ୪ ବର୍ଷ ପାଇଁ ବାସନ୍ଦ କରିଛି।
ବିଶାଖାପାଟଣାରେ ଆୟୋଜିତ ୩୪ତମ ଜାତୀୟ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଭାଗ ନେଇଥିବା ସୀମାଙ୍କ ଡୋପ୍‌ ସଂଗ୍ରହ କରିଥିଲା ନାଡା। ଏହାକୁ ପରୀକ୍ଷା ପାଇଁ ପଠାଇଯାଇଥିବା ବେଳେ ସୀମା ନିଷିଦ୍ଧ ଶକ୍ତିବର୍ଦ୍ଧକ ଦ୍ରବ୍ୟ ହାଇଡ୍ରୋକ୍‌ସି-୪-ମେଥକ୍‌ସି ଟେମୋକ୍‌ସିଫେନ୍‌ ବ୍ୟବହାର କରିଥିବା ଜଣାପଡ଼ିଥିଲା।

Comments are closed.