କେରଳ : କୋଭିଡ-୨୦୧୯ ସଂକ୍ରମଣରେ ଆକ୍ରାନ୍ତ ପ୍ରଥମ ବ୍ୟକ୍ତି ସଂକ୍ରମଣ ମୁକ୍ତ

ଥିରୁଅନନ୍ତପୁରମ୍ : କେରଳରେ କରୋନା ଭୂତାଣୁ  ବା କୋଭିଡ-୨୦୧୯ ସଂକ୍ରମଣରେ ଆକ୍ରାନ୍ତ ଦେଶର ପ୍ରଥମ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନଥିବାର ସାନି ପରୀକ୍ଷାରୁ ଜଣାପଡ଼ିଛି। ଯାହା ରାଜ୍ୟ ପାଇଁ ଏକ ଖୁସି ଖବର ଆଣି ଦେଇଛି।

ଜାତୀୟ ଭୂତାଣୁ ପରୀକ୍ଷା ପ୍ରତିଷ୍ଠାନର ଆଲାପୁଝା ଶାଖାରେ କରାଯାଇଥିବା ସାନି ପରୀକ୍ଷା ପରେ ଏହା ଜଣାପଡ଼ିଛି। ସେହି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିଛି। ତେବେ ଆଲାପୁଝା ଶାଖାର ପରୀକ୍ଷା ଫଳକୁ ପୁଣେସ୍ଥିତ ଘଓଠ ରେ ଯାଞ୍ଚ କରାଯିବା ପରେ ସେହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଆନୁଷ୍ଠାନିକ ଘୋଷଣା କରାଯିବ। ପୁଣେ ଏନଆଭିରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯିବ। ବର୍ତ୍ତମାନ ସୁଦ୍ଧା କେରଳରେ ୩ ହଜାର ୩୬୭ ଜଣ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି। କୋଭିଡ୍‍- ୨୦୧୯ରେ ରାଜ୍ୟର ଆଉ କୌଣସି ନୂଆ ଲୋକ ଆକ୍ରାନ୍ତ ହୋଇଥିବାର ଜଣାପଡ଼ି ନାହିଁ। ଗତ ୩ ତାରିଖଠାରୁ ଆଉ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇନଥିବାରୁ କେରଳରୁ ଦୁର୍ବିପାକ ସତର୍କତା ଗତ ସପ୍ତାହରୁ ପ୍ରତ୍ୟାହାର କରିନିଆଯାଇଛି।

Comments are closed.