୪୮ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ ଲଘୁଚାପ

ଭୁବନେଶ୍ବର : ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇଛି। ଏହି ଲଘୁଚାପ ଆସନ୍ତା ୧୨ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଥିବାରୁ ଏହା ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୪ରୁ ୭ ତାରିଖ ମଧ୍ୟରେ ଓଡ଼ିଶାରେ ପାଗମୁଖ୍ୟତଃ ଶୁଖିଲା ରହିବ। ନଭେମ୍ବର ୮ରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟିସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବାନା ରହିଛି। ପରେ ଏହା ବାତ୍ୟାରେ ପରିଣତ ହୋଇପାରେ।  ୪ ରୁ ୮ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି।

Comments are closed.