‘ନିୟମ ମାନ; ଅଭ୍ୟାସ ପରେ ହୋଟେଲରେ ରୁହ’

ସିଡ୍‌ନୀରେ ପହଞ୍ଚିଲା ଭାରତୀୟ ଦଳ; ଖେଳାଳିଙ୍କୁ ଦଳ ମ୍ୟାନେଜମେଣ୍ଟର ତାଗିଦ୍

ସିଡ୍‌ନୀ : ଗୁରୁବାରଠାରୁ ସିଡ୍‌ନୀ କ୍ରିକେଟ୍‌ ଗ୍ରାଉଣ୍ଡରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ୩ୟ ଟେଷ୍ଟମ୍ୟାଚ୍‌ ଖେଳିବ। ଏଥିଲାଗି ଉଭୟ ଦଳ ସୋମବାର ସିଡ୍‌ନୀ​‌େ​‌ର ପହଞ୍ଚିଛନ୍ତି। ସିଡ୍‌ନୀରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତୀୟ ଖେଳାଳିଙ୍କୁ କଠୋର କୋଭିଡ୍‌ ନିୟମ ଲିଖିତ ଭାବେ ଦିଆଯାଇଛି। ଭାରତୀୟ ଦଳ ବିନା ସର୍ତ୍ତରେ ଏହା ମାନିବାକୁ ରାଜିହୋଇଛି। ମେଲ୍‌ବୋର୍ଣ୍ଣ ​‌େ​‌ଟଷ୍ଟ ପରେ ଭାରତୀୟ ଖେଳାଳି କୋଭିଡ୍‌ ନିୟମ ଉଲ୍ଲଙ୍ଘନ କରି ରେଷ୍ଟୁରାଣ୍ଟରେ ଭୋଜନ କରିବା ପରେ ଭାରତୀୟ ଦଳ ମ୍ୟାନେଜମେଣ୍ଟ ଅଧିକ ସତର୍କତା ଅବଲମ୍ବନ ଆରମ୍ଭ କରିଛି। ଦଳର ସମସ୍ତ ଖେଳାଳି କଡ଼ାକଡ଼ି ଭାବେ କୋଭିଡ୍‌ ନିୟମ ମାନିବା ଏବଂ ଅଭ୍ୟାସ ପରେ ହୋଟେଲ୍‌ ରୁମ୍‌ ମଧ୍ୟ​‌େ​‌ର ରହିବା ଲାଗି ଖେଳାଳିଙ୍କୁ ଦଳ ମ୍ୟାନେଜମେଣ୍ଟ ତାଗିଦ୍ କରିଛି।
ସାରାବିଶ୍ବରେ ମହାମାରୀ କୋଭିଡ୍‌-୧୯ର ସଂକ୍ରମଣ ବଢ଼ିବା ପରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାକୁ ବାତିଲ କିମ୍ବା ସ୍ଥଗିତ କରା ଯାଇଥିଲା। ତେବେ କ୍ରୀଡ଼ାବିତ୍‌ଙ୍କ ଲାଗି ସ୍ବତନ୍ତ୍ର ଜୈବ ନିରାପତ୍ତା ବଳୟ ତିଆରିକରି କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରା ଯାଇଥିଲା। ଖେଳାଳିଙ୍କୁ ଏହି ବଳୟ ମଧ୍ୟରୁ ନ ବାହାରିବାକୁ କଡ଼ା ନିର୍ଦେଶ ରହିଥିଲା। ହେଲେ ମେଲ୍‌ବୋର୍ଣ୍ଣରେ ୫ ଭାରତୀୟ କ୍ରିକେଟର- ରୋହିତ ଶର୍ମା, ଋଷଭ ପନ୍ତ୍, ଶୁବମାନ୍‌ ଗିଲ୍‌, ପୃଥ୍ବୀ ସ’ ଓ ନବଦୀପ ସୈନି ବଳୟ ଭାଙ୍ଗି ରେଷ୍ଟୁରାଣ୍ଟ ଭିତରେ ଭୋଜନ କରିଥିଲେ। ପରେ ଏହି ୫ କ୍ରିକେଟର୍‌ଙ୍କୁ ପୃଥକ୍‌ବାସରେ ରଖା ଯାଇଥିଲା। ଏଥିପାଇଁ ବିସିସିଆଇ ଲଜ୍ଜିତ ହୋଇଥିଲା। ସୋମବାର ଭାରତୀୟ ଦଳ ମ୍ୟାନେଜମେଣ୍ଟ ଖେଳାଳିଙ୍କୁ କଡ଼ା ନିର୍ଦେଶ ଦେଇଛି ଯେ ହୋଟେଲରୁ ଖେଳାଳି ବସ୍‌ରେ ଅଭ୍ୟାସ କରିବାକୁ ଯିବେ ଏବଂ ସେଠାରୁ ସିଧା ହୋଟେଲକୁ ଫେରିବେ। ସିଡ୍‌ନୀରେ ଭାରତୀୟ ଖେଳାଳିଙ୍କୁ ଯେଉଁ କୋଭିଡ୍‌ ନିୟମ ମାନିବାକୁ କୁହାଯାଇଛି; ତାହାକୁ ସମସ୍ତେ କଡ଼ାକଡ଼ି ମାନିବାକୁ କୁହାଯାଇଛି। କେହି ହୋଟେଲ ବାହାରକୁ ଯାଇପାରିବେ ନାହିଁ। ଏଣେ ଭାରତୀୟ ଦଳର ଜଣେ ସଦସ୍ୟ ନାମ ଗୋପନ ରଖି କହିଛନ୍ତି- ତୁମେ ଷ୍ଟାଡିୟମ୍‌କୁ ଦର୍ଶକଙ୍କୁ ଛାଡ଼ି ସ୍ବାଧୀନତା ଉପଭୋଗ କରିବାକୁ ଦେଉଛ। ଅନ୍ୟପକ୍ଷରେ ଖେଳାଳିଙ୍କୁ ହୋଟେଲ ରୁମ୍‌ରେ ଆବଦ୍ଧ ରହିବାକୁ କହୁଛ! ପୁଣି ଆମ ସମସ୍ତଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି। ଆମକୁ ଚିଡ଼ିଆଖାନାର ଜନ୍ତୁ ପରି ଦେଖାନଯାଉ। ଅଷ୍ଟ୍ରେଲିଆର ସାଧାରଣ ଜନତାଙ୍କ ପରି କୋଭିଡ୍‌ ନିୟମ ମାନିବାକୁ ଆମକୁ କୁହାଯାଉଛି। ହେଲେ ସେମାନେ ଦର୍ଶକଙ୍କୁ ଷ୍ଟାଡିୟମ୍‌କୁ କିପରି ଛାଡ଼ୁଛନ୍ତି ?

Comments are closed.