ଆମେରିକାରେ ଆଜି ଶେଷ ଥର ପାଇଁ ଛପାଯିବ ୫୦ ବର୍ଷ ପୁରୁଣା ଭାରତୀୟ ଖବରକାଗଜ

ୱାଶିଂଟନ: ଆମେରିକାରେ ଗତ ୫୦ ବର୍ଷ ଧରି ଭାରତୀୟ ସମାଜଙ୍କ ସ୍ବର ପାଲଟିଥିବା ଭାରତୀୟ ଖବରକାଗଜ ‘ଇଣ୍ଡିଆ ଏବ୍ରଡ’ ଆଜି ଅର୍ଥାତ ସୋମବାର ଶେଷ ଥର ପାଇଁ ଛପାଯିବ। ଇଣ୍ଟରନେଟର ଚାହିଦା ବୃଦ୍ଧି ଯୋଗୁ ଖବରକାଗଜର ପ୍ରସାର ହ୍ରାସ ପାଇଛି। ଏହି କାରଣରୁ ଖବରକାଗଜ ବନ୍ଦ କରାଯିବ ବୋଲି ଏହାର ପ୍ରକାଶକ ସଂସ୍ଥା ଘୋଷଣା କରିଛି। ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟ ଗୋପାଳ ରାଜୁ ୧୯୭୦ରେ ଏହି ଖବରକାଗଜ ପ୍ରତିଷ୍ଠା କରିଥିଲେ।

ଏହି ଖବରକାଗଜରେ କେବଳ ଭାରତ ସମ୍ପର୍କିକ ଖବର ପ୍ରକାଶ ପାଉଥିଲା। ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରେ ଏହା ବେଶ୍‌ ଆଦୃତି ଲାଭ କରିଥିଲା। ବହୁ ସଂଖ୍ୟାର ପାଠକ ଏହି ଖବରକାଗଜକୁ ପସନ୍ଦ କରିଥିଲେ। ୨୦୦୧ରେ ରେଡିଫ ଡଟ୍‌ କମ୍‌ ଏହି ଖବରକାଗଜର ମାଲିକାନା ରାଜୁଙ୍କଠାରୁ କିଣି ନେଇଥିଲା। ଏହାପରେ ୨୦୧୬ରେ ରେଡିଫ୍‌ ୮କେ ମାଇଲ୍ସ ମିଡିଆ ଇଙ୍କ୍‌କୁ ମାଲିକାନା ବିକ୍ରି କରିଦେଇଥିଲା।

Comments are closed.