ଗୋଆରେ ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଗୋଆ: ଭାରତୀୟ ନୌସେନାର ମିଗ୍-୨୯କେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରବିବାର ସକାଳେ ଆରବ ସାଗରର ଗୋଆ ସମୁଦ୍ର କୂଳ ନିକଟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଏଥରୁ ପାଇଲଟ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାଇଲଟ ଜଣଙ୍କ ବିମାନ ମଧ୍ୟରୁ ସୁରକ୍ଷିତ ବାହାରି ଆସିଛନ୍ତି ବୋଲି ନୌସେନାର ଜଣେ ଅଧିକାରୀଙ୍କ ସୂଚନା ଦେଇଛନ୍ତି।


ସେ କହିଛନ୍ତି ଯେ, ଏହି ମିଗ୍-୨୯କେ ବିମାନ ନିୟମିତ ଭାବେ ଅଭ୍ୟାସ କରେ। ଅଭ୍ୟାସ ବେଳେ ଆଜି ସକାଳ ସାଢେ ୧୦ଟାରେ ଗୋଆ ସମୁଦ୍ରକୂଳ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ​‌ବିମାନଟି ଗୋଆର ବାସ୍କୋ ସ୍ଥିତ ଆଇଏନଏସ ହଂସା ବିମାନବନ୍ଦରରୁ ଉଡାଣ ଆରମ୍ଭ କରିଥିଲା। ଦୁର୍ଘଟଣାର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି ।

Comments are closed.