ସୁରକ୍ଷା ବ୍ୟବସ୍ଥାକୁ ନେଇ କଟକଣା: ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ନୌସେନାର କର୍ମଚାରୀ

ଯୁଦ୍ଧ ଜାହାଜ, ଘାଟି ଏବଂ ପୋତାଶ୍ରୟରେ ସ୍ମାର୍ଟଫୋନ୍ ଉପରେ କଟକଣା

ନୂଆଦିଲ୍ଲୀ: ସୁରକ୍ଷାକୁ ଦୃଷ୍ଟିରେ ରଖି ନୌସେନାର ଯବାନ ଓ ଅଧିକାରୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ବିଶେଷ କରି ନୌସେନାର ଯୁଦ୍ଧ ଜାହାଜ, ଘାଟି ଏବଂ ପୋତାଶ୍ରୟରେ କର୍ମଚାରୀମାନେ ସ୍ମାର୍ଟଫୋନ୍ ବ୍ୟବହାର କରି ପାରିବେ ନାହିଁ ବୋଲି ନିର୍ଦେଶ ହୋଇଛି। ଗତ କିଛି ଦିନ ତଳେ ସୋସିଆଲ ମିଡିଆ ମାଧ୍ୟମରେ ଶତ୍ରୁ ପକ୍ଷର ଗୁଇନ୍ଦା ବିଭାଗକୁ ସମ୍ବେଦନଶୀଳ ତଥ୍ୟ ପଠାଉଥିବା ଅଭିଯୋଗରେ ନୌସେନାର ସାତ ଜଣଙ୍କୁ ଗିରଫ କରାଯାଇଥିଲା।

ପୁଲିସ ବୟାନ ଅନୁଯାୟୀ, କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହ ମିଶି ଅପରେସନ ଡଫ୍ଲିନ୍ସ ନୋଜ ଆରମ୍ଭ କରିଥିଲା ଏବଂ ଏହି ରାକେଟର ପର୍ଦ୍ଦାଫାସ କରିଥିଲା। ପାକିସ୍ତାନର ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ନୌସେନାର ୭ ଜଣ କର୍ମଚାରୀଙ୍କୁ ଡିସେମ୍ବର ୨୦ରେ ଆନ୍ଧ୍ରପ୍ରଦେଶ ପୁଲିସ ଗିରଫ କରିଥିଲା।

Comments are closed.