ଟୋକିଓ ଅଲିମ୍ପିକ୍ସ : ପୁରୁଷ ହକି ସେମିଫାଇନାଲରେ ଭାରତ

ଟୋକିଓ : ଭାରତ ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମିଫାଇନାଲରେ ପ୍ରବେଶ କରିଛି। ରବିବାର କ୍ବାର୍ଟର ଫାଇନାଲରେ ଭାରତ ବ୍ରିଟେନକୁ ୩-୧ରେ ପରାସ୍ତ କରିଛି। ଏଥିସହ ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ହକି ଦଳ ଅଲିମ୍ପିକ୍ସ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲରେ ଭାରତ ଓ ବେଲଜିୟମ୍ ମଧ୍ୟରେ ମୁକାବିଲା ହେବ।

ଆଜି କ୍ବାର୍ଟର ଫାଇନାଲରେ ଭାରତ ପକ୍ଷରୁ ଦିଲପ୍ରୀତ, ଗୁରଜନ୍ତ ଓ ହାର୍ଦ୍ଦିକ୍ ଗୋଟିଏ ଲେଖାଁଏ ଗୋଲ ସ୍କୋର କରିଥିଲେ। ସୂଚନା ଯୋଗ୍ୟ ଭାରତ ଅଲିମ୍ପିକ୍ସରେ ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା ।

 

Comments are closed.