ପ୍ରଥମେ ପଡୋଶୀ – ଶ୍ରୀଲଙ୍କାରେ ପହଁଚିଲା ଭାରତୀୟ ମେଡିକାଲ୍‍ ସାମଗ୍ରୀ

ସମାଜ ପୋର୍ଟାଲ ଡେସ୍କ: ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗୋପାଳ ବାଗଲେ କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ମହାମାରୀ ସମ୍ପୂର୍ଣ୍ଣ ବିଶ୍ୱ ଲାଗି ଏକ ଆହ୍ୱାନ୍‍ ରୂପେ ଉଭା ହୋଇଛି। ତେବେ ଏହାଦ୍ୱାରା ପଡ଼ୋଶୀ ଦେଶଗୁଡ଼ିକ ମଧ୍ୟରେ ସହାୟତା ଯୋଗାଇ ଦେବାର ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି। ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଶ୍ରୀଲଙ୍କାକୁ ସ୍ୱତନ୍ତ୍ର ବିମାନଦ୍ୱାରା ମେଡିକାଲ୍‍ ସାମଗ୍ରୀକୁ ନେଇ କଲମ୍ବୋରେ ପହଞ୍ଚିବା ପରେ ବାଗ୍‍ଲେ ଏହା କହିଛନ୍ତି।

ସେ କହିଛନ୍ତି, କୋଭିଡ୍‍-ନାଇଣ୍ଟିନ୍‍ ଭୂତାଣୁଦ୍ୱାରା ଶ୍ରୀଲଙ୍କା ସମ୍ମୁଖୀନ ହେଉଥିବା ସମସ୍ୟା ଓ ଆହ୍ୱାନକୁ ମୁକାବିଲା କରିବା ଦିଗରେ ଭାରତ ଏହାଦ୍ୱାରା ପଡ଼ୋଶୀ ରାଷ୍ଟ୍ରର କଲ୍ୟାଣ ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଦୋହରାଇଛି। ସମୁଦ୍ର ପଥରେ ସବୁଠାରୁ ନିକଟତମ ପଡ଼ୋଶୀ ଭାବେ ଭାରତ ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଯେକୌଣସି ସମସ୍ୟାର ସମାଧାନ ଲାଗି ସର୍ବ ପ୍ରଥମେ ଆଗେଇ ଆସିଛି ବୋଲି ବାଗ୍‍ଲେ କହିଛନ୍ତି।

Comments are closed.