ମୋଦୀଙ୍କୁ ଭାରତୀୟଙ୍କ ସ୍ବାଗତ

ଗ୍ଲାସଗୋ : ଜାତିସଂଘ ଜଳବାୟୁ ସମିତିରେ‌ ଯୋଗ ଦେବାକୁ ସ୍କଟଲ୍ୟାଣ୍ଡର ଗ୍ଲାସଗୋରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭାରତୀୟଙ୍କ ପକ୍ଷରୁ ସ୍ବାଗତ କରାଯାଇଛି । ମୋଦୀ ଅବସ୍ଥାନ କରୁଥିବା ହୋଟେଲରେ ଭାରତୀୟ ସମୁଦାୟର ସଦସ୍ୟମାନେ ପହଞ୍ଚି ସ୍ବାଗତ କରିଥିଲେ । ଏହି ପ୍ରବାସୀ ଭାରତୀୟମାନେ କହିଥିଲେ ଯେ ‘ମୋଦୀ ହେଉଛନ୍ତି ଭାରତର ଗହଣା’। ମୋଦୀ ଗ୍ଲାସଗୋସ୍ଥିତ ଭାରତୀୟ ସମୁଦାୟର ନେତା ଓ ଶୁଭେଚ୍ଛୁଙ୍କ ସହିତ କଥା ହୋଇଥିଲେ। ଇଟାଲୀରେ ଜି-୨୦ ସମ୍ମିଳନୀରେ ଯୋଗ ଦେବା ପରେ ରବିବାର ରାତିରେ ମୋଦୀ ଗ୍ଲାସଗୋ ଅଭିମୁଖେ ଯାତ୍ରା କରିଥିଲେ।

Comments are closed.