ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ପ୍ରଦର୍ଶନ ଜାରି : ଆସାମରେ ଅତିରିକ୍ତ ଯବାନ ମୁତୟନ

ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ବିଧେୟକକୁ ବିରୋଧ କରି ଆସାମରେ ହିଂସା ବଢିବାରେ ଲାଗିଛି। ପରିସ୍ଥିତିକୁ ନଜରରେ ରଖି ଆସାମର ରାଜଧାନୀ ଗୁଆହାଟୀରେ ଗୁରୁବାର ଠାରୁ କର୍ଫ୍ୟୁ ଜାରି କରାଯାଇଥିଲେ ମଧ୍ୟ ଏଥିରେ କୌଣସି ଫରକ ପଡିନଥିବା ଦେଖାଯାଇଛି। ତେବେ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ଯବାନ ମୁତୟନ କରାଯାଇଛି।

ସୂଚନା ଅନୁସାରେ, ରାଜ୍ୟରେ ଅତିରିକ୍ତ ୨୬କଲମ ଯବାନ ମୁତୟନ କରାଯାଇଛି। ଏହି ୨୬କଲମ ଯବାନମାନେ ପୂର୍ବରୁ ମୁତୟନ ଥିବା ସିଏପିଏଫ ଯବାନଙ୍କୁ ସହଯୋଗ କରିବେ। ୨୦ଯବାନଙ୍କୁ ନେଇ ଏକ କଲମ ଯବାନ ହୋଇଥାଏ। ତେବେ ଏହିପରି ଭାବରେ ରାଜ୍ୟରେ ଅତିରିକ୍ତ ୫୨୦ଜଣ ଯବାନ ମୁତୟନ ଅଛନ୍ତି।

Comments are closed.