ପାକିସ୍ତାନ ସେନାକୁ ଭାରତୀୟ ଯବାନଙ୍କ ଦୃଢ ଜବାବ୍, ୬ ପାକିସ୍ତାନ ଯବାନ ନିପାତ

ଜମ୍ମୁକାଶ୍ମୀର: ପାକିସ୍ତାନ ସେନା ପକ୍ଷରୁ ବାରମ୍ବାର ନିୟନ୍ତ୍ରଣ ରେଖାରେ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇ ଭାରତୀୟ ସେନା ଏବଂ ନିରିହ ଲୋକଙ୍କୁ ଟାର୍ଗେଟ କରାଯାଉଛି। ଯାହାର ଜବାବ ଦେଇଛି ଭାରତୀୟ ଯବାନ। ଜମ୍ମୁକାଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଯବାନଙ୍କୁ ଗୁଳିର ଜବାବ୍ ଗୁଳିରେ ଦେଇଛି ଭାରତୀୟ ସେନା। ଭାରତୀୟ ଯବାନମାନେ ପାକିସ୍ତାନ ଗୁଳିରେ ସହିଦ ହୋଇଥିବା ନିଜର ଜଣେ ସାଥୀ ଯବାନଙ୍କ ମୃତ୍ୟୁର ପ୍ରତିଶୋଧ ୪୮ ଘଣ୍ଟା ମଧ୍ୟରେ ନେଇ ପାକିସ୍ତାନ ସେନାକୁ କଡା ଜବାବ୍ ଦେଇଛନ୍ତି। ଭାରତୀୟ ସେନା ଗୁରୁବାର ରାତିରେ ପୁଞ୍ଚ ଏବଂ ରା‌ଜୌରି ଜିଲାର ବିଭିନ୍ନ ସେକ୍ଟରରେ ୪ ଜଣ ପାକିସ୍ତାନ ସୈନିକଙ୍କୁ ନିପାତ କରିଥିଲେ। ସେହିପରି ଗୁରୁବାର ଦ୍ବିପହର ସମୟରେ ଉରି ସେକ୍ଟରରେ ମଧ୍ୟ ଭାରତୀୟ ଯବାନମାନେ ପାକିସ୍ତାନର ୨ ଜଣ ସୈନିକଙ୍କୁ ନିପାତ କରିଥିଲେ।

ସୂଚନାଯୋଗ୍ୟ ବୁଧବାର ଜମ୍ମୁକାଶ୍ମୀରର ସିମାନ୍ତ ଜିଲା ବାରମୁଳାର ଉରି ସେକ୍ଟରରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଘଂନରେ ଭାରତୀୟ ଯବାନ ସୁବେଦାର ବିରାଶ କୁରହାଠି ସହିଦ ହୋଇଥିବା ବେଳେ ଜଣେ ସାଧାରଣ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।
ପାକିସ୍ତାନ ସେନା ପକ୍ଷରୁ ଗୁରୁବାର ଲଗାତର ଦ୍ବିତୀୟ ଦିନ ସୀମାର ଉରି ସେକ୍ଟର ଏବଂ ପୁଞ୍ଚ- ରା‌ଜୌରି ସେକ୍ଟରରେ ଗୁଳିଗୋଳା ସହ ପ୍ରବଳ ମୋର୍ଟାର ମାଡ କରାଯାଇଥିଲା। ଭାରତୀୟ ଯବାନ ମାନେ ଏହାର କଡା ଜବାବ ଦେବାକୁ ଯାଇ ପାକିସ୍ତାନ ସେନା ଶିବିର ଉପରୁକୁ ଗୁଳି ସହ ମୋର୍ଟାର ମାଡ କରିଥିଲେ। ଯାହା ଫଳରେ ବହୁ ପାକିସ୍ତାନ ସେନା ଶିବିର ଧ୍ବଂସ ହୋଇଯାଇଥିବା ବେଳେ ୬ ଜଣ ପାକିସ୍ତାନୀ ସୈନିକ ନିପାତ ହୋଇଥିବା ଜଣାପଡିଛି।

ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବାରୁ ଏହାର କଡା ଯବାବ ପାଇଁ ଭାରତୀୟ ସେନାକୁ ନିର୍ଦେଶ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସୀମାରେ ସୁରକ୍ଷା ପାଇଁ ସେନାକୁ ସମ୍ପୁର୍ଣ୍ଣ ସ୍ବାଧିନତା ଦିଆଯାଇଛି। ଭାରତୀୟ ସେନା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରୁଥିବା ପାକିସ୍ତାନ ସେନାକୁ କଡା ଜବାବ ଦେବାକୁ ସର୍ବଦା ପ୍ରସ୍ତୁତ ବୋଲି ରାଜନାଥ କହିଛନ୍ତି। ଭାରତୀୟ ସେନା ସ୍ପଷ୍ଟ କରିଛି ଯେ ଯଦି ସୀମାରେ ଭାରତର ଜଣେ ବି ଯବାନ ସହିଦ ହୁଅନ୍ତି ତେବେ ପାକିସ୍ତାନର ଅତି କମରେ ତିନି ଜଣ ଯବାନଙ୍କୁ ନିପାତ କରାଯିବ।

Comments are closed.