ଆମେରିକାରେ ସିଏଏକୁ ସମର୍ଥନ : ଟାଇମ୍ସ ସ୍କୋୟାରରେ ସିଏଏ ଏବଂ ମୋଦୀ ସରକାରଙ୍କ ସମର୍ଥନରେ ରାଲି

ନ୍ୟୁୟର୍କ : ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟମାନେ ନ୍ୟୁୟର୍କର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ ଜଣାଇଛନ୍ତି । ସିଏଏକୁ ଭାରତ ସରକାରଙ୍କର ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଛନ୍ତି । ଭାରତୀୟ ବଂଶୋଦ୍ଭବ ଆମେରିକୀୟମାନେ ଟାଇମ୍ସ ସ୍କୋୟାର୍‍ଠାରେ ଏକତ୍ରିତ ହୋଇ ପ୍ଲାକାର୍ଡ଼ ପ୍ରଦର୍ଶନ କରିବା ସହ ସିଏଏ ଏବଂ ନରେନ୍ଦ୍ର ମୋଦୀ ସରକାରଙ୍କ ସମର୍ଥନରେ ସ୍ଲୋଗାନମାନ ଦେଇଥିଲେ। ବିଜେପି-ୟୁଏସ୍‍ଏ ଦରିଆପାରି ବନ୍ଧୁତ୍ୱ ସଙ୍ଗଠନର ସଭାପତି କ୍ରିଷ୍ଣା ରେଡ୍ଡୀ ଆନୁଗୁଲା ଏବଂ ସଙ୍ଗଠନର ଅନ୍ୟାନ୍ୟ ସଦସ୍ୟ ଏହି ର‍୍ୟାଲିରେ ଯୋଗ ଦେଇଥିଲେ।

Comments are closed.