କୁଳଦୀପ ଯାଦବଙ୍କ ହାଟ୍ରିକ : ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କଲା ଭାରତ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଭିସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଖେଳାଯାଇଥିବା ଦ୍ବିତୀୟ ଦିନିକିଆ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୦୭ ରନରେ ପରାସ୍ତ କରିଛି। ଚାଇନା ମ୍ୟାନ ବୋଲର କୁଳଦୀପ ଯାଦବଙ୍କ ହାଟ୍ରିକ ୱିକେଟ ବଳରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରିବାରେ ସକ୍ଷମ ହୋଇଛି। ଏହି ମ୍ୟାଚରେ ବିଜୟ ସହ ଭାରତ ୩ଟିକିଆ ସିରିଜକୁ ୧-୧ରେ ବରାବର କରି ଦେଇଛି।

pic courtesy-twitter

ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ଅଧିନାୟକ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମା ଓ କେଏଲ ରାହୁଲଙ୍କ ଶତକ ବଳରେ ୱେଷ୍ଟଇଣ୍ଡିଜ ଆଗରେ ୩୮୭ରନର ବିଶାଳ ସ୍କୋର ଛିଡା କରିଥିଲା। ଭାରତର ୩୮୮ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଣ୍ଡିଜ ଦଳ ୪୩ଓଭର ୩ଟି ବଲରେ ୨୮୦ରନ କରି ଅଲଆଉଟ ହୋଇଯାଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ ସର୍ବାଧିକ ସାଇ ହୋପ ୮୫ବଲରେ ୭୮ରନ(୭ଚୌକା, ୩ଛକା) ଏବଂ ପୋରାନ୍ ୪୭ବଲରେ ୭୫ରନ(୬ଟି ଛକା, ୬ଚୌକା) କରିଥିଲେ।

pic courtesy-twitter

ସିରିଜର ତୃତୀୟ ତଥା ଅନ୍ତିମ ଏକଦିବସୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଦିନ ଖେଳାଯିବ। ଏହି ମ୍ୟାଚର ସିଧାପ୍ରସାରଣ ଦ୍ବିପ୍ରହର ୨ଟାରୁ ହେବ।

Comments are closed.