ବ୍ରିଟେନ ନାଗରିକଙ୍କ ଉପରେ ଲାଗୁ କୋଭିଡ କଟକଣା ପ୍ରତ୍ୟାହାର କଲା ଭାରତ

ନୂଆଦିଲ୍ଲୀ : ବ୍ରିଟେନର ନାଗରିକମାନଙ୍କ ଉପରେ ଲାଗୁ କରାଯାଇଥିବା କୋଭିଡ କଟକଣାକୁ ଭାରତ ପ୍ରତ୍ୟାହାର କରିନେଇଛି । ଅତିରିକ୍ତ ଯାଞ୍ଚ ଓ ସଙ୍ଗରୋଧ ପାଇଁ ବ୍ରିଟେନ୍‍ରୁ ଆସୁଥିବା ଲୋକମାନଙ୍କ ପାଇଁ ଯେଉଁ କଟକଣା ଜାରି କରାଯାଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାହାକୁ କୋହଳ କରିଛି । କୋଭିସିଲ୍‍ଡ ଟିକା
ନେଇଥିବା ଭାରତୀୟମାନଙ୍କୁ ଯାଞ୍ଚ କରିବା ଓ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିବା କଟକଣାକୁ ହଟାଇଦେବା ପାଇଁ ବ୍ରିଟେନ ସରକାରଙ୍କ ପଦକ୍ଷେପ ପରେ ଭାରତ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଚଳିତମାସ ଆରମ୍ଭରୁ ଭାରତରେ ଆସି ପହଞ୍ଚୁଥିବା ବ୍ରିଟେନର ସବୁ ନାଗରିକଙ୍କୁ ଦୁଇଟି ଯାକ କୋଭିଡ ପ୍ରତିଷେଧକ ଟିକା ନେଇଥିଲେ ମଧ୍ୟ ୧୦ଦିନ ସଙ୍ଗରୋଧରେ ରହିବା ନିୟମକୁ ଭାରତ କଡ଼ାକଡ଼ି ଭାବେ ଲାଗୁ କରିଥିଲା ।

Comments are closed.