ନାମିବ୍ୟାକୁ ୯ ୱିକେଟରେ ହରାଇଲା ଭାରତ

ଦୁବାଇ: ଟି-୨୦ ବିଶ୍ବକପରେ ନାମିବ୍ୟାକୁ ୯ ୱିକେଟରେ ହରାଇଲା ଭାରତ। ଅନ୍ତିମ ଗ୍ରୁପ ମ୍ୟାଚ ଜିତି ଅଭିଯାନ ଶେଷ କଲା ଭାରତ। ନାମିବ୍ୟା ୧୩୨/୮; ୧୫.୨ ଓଭରରେ ଭାରତ ୧୩୬/୧। ଗ୍ରୁପ ୨ରେ ୫ଟି ମ୍ୟାଚରୁ ୩ଟି ଜିତି ୬ ପଏଣ୍ଟରେ ସୀମିତ ରହିଲା।

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଆଜି ଖେଳାଯାଇଥିବା ଟି-୨୦ ବିଶ୍ବକପର ଶେଷ ଲିଗ ମ୍ୟାଚରେ ନାମିବ୍ୟାକୁ ୯ ୱିକେଟରେ ପରାସ୍ତ କରିଛି ଏବଂ ଏହି ବିଜୟ ସହିତ ନିଜର ବିଶ୍ବକପ ଅଭିଯାନ ଶେଷ କରିଛି ଟିମ ଇଣ୍ଡିଆ। ଏହି ମ୍ୟାଚରେ ନାମିବ୍ୟା ଦଳ ଭାରତ ଆଗରେ ୧୩୩ରନର ବିଜୟ ଲକ୍ଷ୍ୟ ରଖିଥିବା ବେଳେ ଭାରତ ହାତରେ ଆଉ ୯ଟି ୱିକେଟ ବାକିଥାଇ ୧୫ତମ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ରୋହିତ ଶର୍ମା ୫୬ ରନ କରିଥିବାବେଳେ କେଏଲ ରାହୁଲ ୫୪ ରନ ଓ ସୂର୍ଯ୍ୟକୁମାର ଯାଦବ ୨୫ ରନ କରିଥିଲେ । ଭାରତର ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୨ ରନ କରିଥିଲା।

Comments are closed.