ରାହୁଲ ଓ ରୋହିତଙ୍କ ଅର୍ଦ୍ଧଶତକ : ୧୦୦ରନରେ ପଦାର୍ପଣ କଲା ଭାରତ

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଚଳିତ ସିରିଜର ଶେଷ ତଥା ଅନ୍ତିମ ଦିନିକିଆ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ଭାରତ ଆଗରେ ୩୧୬ରନର ବିଜୟ ଲକ୍ଷ୍ୟ ରଖିଛି। ୱେଷ୍ଟଇଣ୍ଡିଜର ୩୧୬ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ରାହୁଲ ଓ ରୋହିତଙ୍କ ଅର୍ଦ୍ଧଶତକ ବଳରେ କୌଣସି ୱିକେଟ ନହରାଇ ୧୦୦ରନ ଅତିକ୍ରମ କରିଛି। ବର୍ତ୍ତମାନ ୨୧ଓଭର ଶେଷ ସୁଦ୍ଧା ଭାରତ ୧୨୧ରନ ସଂଗ୍ରହ କରିଛି। ରୋହିତ ୬୨ଟି ବଲରେ ୬୩ରନ ଓ ରାହୁଲ ୬୪ବଲରେ ୫୫ରନ କରି ଖେଳୁଛନ୍ତି।

pic courtesy-twitter
pic courtesy-twitter

Comments are closed.