ଭାରତ ଗସ୍ତ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍ ଘୋଷଣା : ଫେରିଲେ ଏହି ଖେଳାଳି

ନୂଆଦିଲ୍ଲୀ : ମାର୍ଚ୍ଚ ୧୨ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ। ଭାରତ ବିପକ୍ଷ ଏହି ଦିନିକିଆ ସିରିଜ ପାଇଁ ଫାଫ୍ ଡ଼ୁପ୍ଲେସିସ୍ ଏବଂ ରାଶି ବ୍ୟାନ ଡର ଡୁସେନ ଦକ୍ଷିଣ ଆଫ୍ରିକା ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆହତ କାରଣରୁ ଦ୍ରୁତ ବୋଲର କୋଗିସୋ ରବାଡ଼ା ସିରିଜରୁ ବାହାର ହୋଇଥିବା ବେଳେ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କୁ ପ୍ରଥମ ଥର ପାଇଁ ଦଳରେ ସ୍ତାନ ମିଳିଛି। କ୍ବିଣ୍ଟେନ୍ ଡ଼ିକକ୍ ଦଳର ଅଧିନାୟକ ଭାର ସମ୍ଭାଳିବେ ବୋଲି ସୂଚନା ମିଳିଛି।
ଦକ୍ଷିଣ ଆଫ୍ରିକା ଦଳ ଏବଂ ସିରିଜ୍ କାର୍ଯ୍ୟସୂଚୀ
କ୍ୱିଣ୍ଟନ୍ ଡିକକ୍ (ଅଧିନାୟକ), ଟେନବା ତେମ୍ବା ବାବୁମା, ଫାଫ୍ ଡ଼ୁପ୍ଲେସିସ୍ ଏବଂ ରାଶି ବ୍ୟାନ ଡର ଡୁସେନ, କାଇଲ୍ ବେରେଅନ୍, ହେନରିକ୍ କ୍ଲାସେନ୍, ଡେଭିଡ ମିଲର, ଜୋନ୍-ଜୋନ୍ ସ୍ମୁଟ୍ସ, ଆଣ୍ଡିଲୋ ଫେହୁଲୁକାୟୋ, ଲୁଙ୍ଗି ଏନିଗିଡି, ଲୁଥୋ ସିପାମଲା, ବୁରେନ୍ ହେଣ୍ଡ୍ରିକ୍ସ, ଏନରିଚ୍ ନର୍ଟଜେ, ଜର୍ଜ ଲିଣ୍ଡେ, କେଶଭ ମହାରାଜ।

ପ୍ରଥମ ଦିନିକିଆ – ମାର୍ଚ୍ଚ ୧୨ (ଧର୍ମଶାଳା)
ଦ୍ୱିତୀୟ ଦିନିକିଆ – ୧୫ ମାର୍ଚ୍ଚ (ଲକ୍ଷ୍ମୌ)
ତୃତୀୟ ଦିନିକିଆ – ୧୮ ମାର୍ଚ୍ଚ (କୋଲକାତା)
• ସମସ୍ତ ମ୍ୟାଚ୍ ଅପରାହ୍ନ ୨ ଟାରୁ ଖେଳାଯିବ

Comments are closed.