ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟ୍ବେଣ୍ଟି-୨୦; ଭାରତ ପାଇଁ ୧୮୭ ରନର ବିଜୟ ଲକ୍ଷ୍ୟ

ସିଡ଼ନୀ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ଼ନୀରେ ମଙ୍ଗଳବାର ଖେଳାଯାଉଥିବା ତୃତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତ ପାଇଁ ୧୮୭ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ପ୍ରଥମେ ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଘରୋଇ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ଓଭରରେ ୫ୱିକେଟ ହରାଇ ୧୮୬ରନ ସଂଗ୍ରହ କରିଛି ।କଙ୍ଗାରୁ ଦଳ ପକ୍ଷରୁ ୱେଡ୍ ସର୍ବାଧିକ ୫୩ବଲରୁ ୮୦ରନ ସଂଗ୍ରହ କରିଛନ୍ତି । ସେହିପରି ମ୍ୟାକ୍ସୱେଲ ୩୬ବଲରେ ୩ଟି ଚୌକା ଓ ତିନୋଟି ଛକା ସହାୟତାରେ ୫୪ରନ ସଂଗ୍ରହ କରିଛନ୍ତି ।ଭାରତ ପକ୍ଷରୁ ୱାସିଂଟନ ସୁନ୍ଦର ୨ଟି, ନଟରାଜନ ଓ ଶ୍ରାଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

Comments are closed.