ମହିଳା ଟ୍ବେଣ୍ଟି-୨୦ ବିଶ୍ଵକପ : ଅଷ୍ଟ୍ରେଲିଆ ସାମ୍ନାରେ ୧୩୩ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ସିଡନୀ: ଆଇସିସି ମହିଳା ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣ ଶୁକ୍ରବାରଠାରୁ ଅଷ୍ଟ୍ରେଲିଆର ସିଡ଼ନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଆଜିର ମ୍ୟାଚରେ କଙ୍ଗାରୁ ଦଳ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲା। ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ପାଇଁ ୧୩୩ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଭାରତୀୟ ମହିଳା ଦଳ ପକ୍ଷରୁ ଦୀପ୍ତି ଶର୍ମା ତିନୋଟି ଚୌକା ସହାୟତାରେ ୧୬ବଲରେ ସର୍ବାଧିକ ୪୯ରନ କରିଛନ୍ତି। ସେହିପରି ସଫାଲି ବର୍ମା ୧୫ବଲରୁ ୨୯ରନ୍(୫ଟି ଚୌକା, ଗୋଟିଏ ଛକା) ଓ ଜେମିନା ରୋଡ୍ରିଗ୍ସ ୩୩ବଲରୁ ୨୬ରନ କରିଛନ୍ତି।

Comments are closed.