ଆଲାସ୍କାରେ ମିଳିତ ସାମରିକ ଅଭ୍ୟାସ କରିବେ ଭାରତ-ଆମେରିକା

ଭାରତ ଏବଂ ଆମେରିକା ଅକ୍ଟୋବର ୧୫ରୁ ଆମେରିକାର ଆଲାସ୍କାରେ ଥିବା ମିଳିତ ବେସ୍ ଲମେଣ୍ଡୋର୍ଫ ରିଚାର୍ଡସନ ଠାରେ ମିଳିତ ସାମରିକ ‘ଯୁଦ୍ଧ ଅଭ୍ୟାସ୍’ କରିବେ ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। ଏହି ଅଭ୍ୟାସ ଭାରତ-ଆମେରିକା ପ୍ରତିରକ୍ଷା ସହଯୋଗର ଏକ ଅଂଶ ବିଶେଷ। ଏହି ମିଳିତ ଅଭ୍ୟାସ ଚଳିତ ମାସ ୨୯ ଯାଏଁ ଚାଲିବ।

ଏଥିରେ ଭାରତର ୩୫୦ ଜଣ ଯବାନ ଅଂଶ ଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଗ୍ମ ସାମରିକ ତାଲିମ ଏବଂ ପ୍ରତିରକ୍ଷା ସହଯୋଗ ପ୍ରୟାସ ଯୁଦ୍ଧ ଅଭ୍ୟାସ। ଏହା ଉଭୟ ଦେଶ ମଧ୍ୟରେ ବିକଳ୍ପ ଭାବେ ଆୟୋଜିତ ମିଳିତ ସାମରିକ ଅଭ୍ୟାସର ୧୭ତମ ସଂସ୍କରଣ ହେବ। ଏହି ଯୁଦ୍ଧ ଅଭ୍ୟାସ ଫଳରେ ଦୁଇ ଦେଶର ସେନା ମଧ୍ୟରେ ବୁଝାମଣା, ସହଯୋଗ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ ବୋଲି ଲକ୍ଷ୍ୟ ରଖାଯାଇଛି।

Comments are closed.