ଆସନ୍ତାକାଲିଠାରୁ ଚେନ୍ନାଇରେ ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ

ଚେନ୍ନଇ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଆସନ୍ତାକାଲିଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇର ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେବ। କ୍ରିକେଟ୍ ପ୍ରେମୀ ତଥା ଦର୍ଶକମାନଙ୍କ ବିନା ପ୍ରଥମ ଥର ପାଇଁ ଏହି ଷ୍ଟାଡିୟମରେ ଏକ ଆନ୍ତର୍ଜାତିକ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି। ବିରାଟ କୋହଲିଙ୍କ ନେତୃତ୍ବରେ ଭାରତୀୟ କ୍ରିକେଟ ଟିମ୍ ଚାରି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଜୋ ରୁଟଙ୍କ ନେତୃତ୍ବାଧିନ ଇଂଲଣ୍ଡକୁ ଭେଟୁଛି।
ପ୍ରାୟ ଏକ ବର୍ଷ ଧରି କୋଭିଡ-୧୯ର ପ୍ରଭାବ ପରେ ଏହି ମ୍ୟାଚ ମାଧ୍ୟମରେ ଭାରତକୁ ଆନ୍ତର୍ଜାତୀୟ କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିବ। ମହାମାରୀ ପୂର୍ବରୁ ଭାରତ ୨୦୧୯ ନଭେମ୍ବର ୨୨ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ବାଂଲାଦେଶ ବିପକ୍ଷରେ ତାର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲା।
ସିରିଜ୍ ବିଜୟର ପୃଷ୍ଠଭୂମିରେ ଉଭୟ ଦଳ ଏହି ଟେଷ୍ଟ ଖେଳିବାକୁ ଯାଉଛନ୍ତି। ବୋର୍ଡର-ଗାଭାସ୍କର ଟ୍ରଫି ଜିତି ଭାରତ ଅଷ୍ଟ୍ରେଲିଆକୁ ୨-୧ରେ ପରାସ୍ତ କରିଥିବାବେଳେ, ଜୋ ରୁଟଙ୍କ ଇଂଲଣ୍ଡ ଶ୍ରୀଲଙ୍କାକୁ ୨-୦ରେ ପରାସ୍ତ କରିଛି।
କ୍ବାରେଣ୍ଟାଇନ ଓ କୋଭିଡ ଟେଷ୍ଟ ପରେ ଉଭୟ ଦଳ ୩ଦିନ ଧରି ଜୋରଦାର ନେଟ ପ୍ରାକ୍ଟିସ କରିଛନ୍ତି।