ଆସନ୍ତାକାଲିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ

କାନବେରା : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍‍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ୍‍ ଆସନ୍ତାକାଲି କାନବେରାରେ ଖେଳାଯିବ। ଏହି ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‍ ଆସନ୍ତା ୬ ତାରିଖରେ ଓ ତୃତୀୟ ମ୍ୟାଚ୍‍ ୮ ତାରିଖରେ ସିଡ୍‍ନୀରେ
ଖେଳାଯିବ। ସମସ୍ତ ମ୍ୟାଚ ଭାରତୀୟ ସମୟ ସକାଳ ୯:୧୦ ରେ ଖେଳାଯିବ।

ପୂର୍ବରୁ ଅଷ୍ଟ୍ରେଲିଆ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍‍ ସିରିଜରେ  ୨-୧ରେ ବିଜୟୀ ହୋଇସାରିଛି। ଗତ ସନ୍ଧ୍ୟାରେ ଭାରତ ତୃତୀୟ
ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୩ ରନରେ ପରାସ୍ତ କରିଥିଲା। ଏହାପରେ ଉଭୟ ଟିମ୍‍ ମଧ୍ୟରେ ୪ଟି ଟେଷ୍ଟ୍‍ ମ୍ୟାଚ୍‍ ଖେଳାଯିବ। ପ୍ରଥମ ଟେଷ୍ଟ୍‍ ମ୍ୟାଚ୍‍ ଆସନ୍ତା ୧୭ ତାରିଖରୁ ଏଡିଲେଡ୍‍ରେ ଆରମ୍ଭ ହେବ।

Comments are closed.