ଉହାନ୍‍ରୁ ଭାରତୀୟଙ୍କୁ ଫେରାଇ ଆଣିବାକୁ ଆସନ୍ତାକାଲି ଯିବ ସି-୧୭ ସାମରିକ ବିମାନ

ବେଜିଂ : ଚୀନର କରୋନା ଭୂତାଣୁର ଉତ୍ପତିସ୍ଥଳ ଉହାନ୍‍ରୁ ଦେଶର ନାଗରିକମାନଙ୍କୁ ଆଣିବା ପାଇଁ ଭାରତ ଗୁରୁବାର ସେଠାକୁ ଏକ
ସାମରିକ ବିମାନ ପଠାଉଛି। ସୂଚନା ଅନୁସାରେ, ଭାରତୀୟ ବିମାନ ବାହିନୀର ସି-୧୭ ବିମାନରେ ବହୁପରିମାଣର ଡାକ୍ତରୀ ସରଞ୍ଜାମ ଚୀନକୁ
ପଠାଯିବ। ପୂର୍ବରୁ ସରକାର ଚୀନରୁ ୬୪୦ଜଣ ଭାରତୀୟଙ୍କୁ ବିମାନ ଯୋଗେ ସ୍ବଦେଶକୁ ଆଣିସାରିଛନ୍ତି।

ଇତିମଧ୍ୟରେ ରାଜଧାନୀ ଦିଲ୍ଲୀସ୍ଥିତ ଆଇଟିବିପି ଶିବିରରେ ଚୀନରୁ ଆସି ରହିଥିବା ଲୋକମାନଙ୍କର ଡାକ୍ତରୀ ପରୀକ୍ଷା ପରେ ୪୦୬ଜଣଙ୍କୁ ଛାଡ଼ିଦିଆଯାଇଛି। ସେମାନଙ୍କ ଶରୀରରେ କରୋନା ଭୂତାଣୁ ନଥିବାର ପରୀକ୍ଷାରୁ ଜଣାପଡ଼ିଥିଲା। ବୁଧବାର ସକାଳେ ଏକ ପରିବାରର ୬ ଜଣ ସଦସ୍ୟ ଶିବିରରୁ ନିଜ ଘରକୁ ଫେରିଛନ୍ତି।

Comments are closed.