ପୁଞ୍ଜିନିବେଶକାରୀଙ୍କୁ ସୀତାରମଣଙ୍କ ଆଶ୍ୱାସନା – ଶକ୍ତିକ୍ଷେତ୍ର ରାଜିନାମା କାର୍ଯ୍ୟକାରୀ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଶକ୍ତିକ୍ଷେତ୍ରର ବିଭିନ୍ନ ରାଜିନାମାକୁ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୁଞ୍ଜିନିବେଶକାରୀମାନଙ୍କୁ ଆଶ୍ୱାସନା ଦେଇଛନ୍ତି। ନୂଆଦିଲ୍ଲୀରେ CERA Weekର ଭାରତ ଶକ୍ତି ଫୋରମରେ ଉଦବୋଧନ ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, ଟିକସ ପରିସର ହ୍ରାସ କରାଯାଇଛି ଓ ପୁଞ୍ଜିନିବେଶ ବାତାବରଣକୁ ପୁଞ୍ଜିନିବେଶକାରୀମାନଙ୍କ ପାଇଁ ଉପଯୋଗୀ କରାଯାଇଥିବାରୁ ସେମାନେ ବିବ୍ରତ ହେବାର କୌଣସି କାରଣ ନାହିଁ।

ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ପୁର୍ନବ୍ୟବହାରକ୍ଷମ ଶକ୍ତି ଉତ୍ପାଦନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରାଧିକାର ଭିତ୍ତିରେ ସମସ୍ତ ପଦକ୍ଷେପ ଗ୍ରହଣ କରିବେ। ପେଟ୍ରୋଲିୟମ୍‍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋରମରେ ଉଦବୋଧନ ଦେଇ କହିଛନ୍ତି, ଭାରତ ୨୦୨୩ ସୁଦ୍ଧା ୫୮୦୦ କୋଟି ଡଲାରର ପୁଞ୍ଜି ନିବେଶ ଆକୃଷ୍ଟ କରିବାର ସମ୍ଭାବନା ରହିଛି। ମନ୍ତ୍ରୀ କହିଛନ୍ତି, ଗ୍ୟାସ୍‍ ମୌଳିକ ଢ଼ାଞ୍ଚା କ୍ଷେତ୍ରରେ ୬ ହଜାର କୋଟି ଡଲାରର ପୁଞ୍ଜି ନିବେଶ ହେଉଛି। ପେଟ୍ରୋଲ୍‍ଜାତ ପଦାର୍ଥକୁ ଜିଏସ୍‍ଟି ପରିସରଭୁକ୍ତ କରିବା ପ୍ରସଙ୍ଗ ବିଚାର କରିବା ପାଇଁ ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ଧର୍ମେନ୍ଦ୍ର କହିଛନ୍ତି।

Comments are closed.