ଆଗାମୀ ୩ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ୭.୫ ଭାଗ ରହିବ : ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ : ଚଳିତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥନୀତି ଶତକଡ଼ା ୭.୫ ଭାଗର ଅଭିବୃଦ୍ଧି ହାସଲ କରିବା ନେଇ ବିଶ୍ୱବ୍ୟାଙ୍କ୍‍ ତା’ର ପୂର୍ବନୁମାନକୁ
ଦୋହରାଇଛି । ବିଶ୍ୱବ୍ୟାଙ୍କ୍‍ର ଆନ୍ତର୍ଜାତିକ ଅର୍ଥନୈତିକ ଭବିଷ୍ୟତ ରିପୋର୍ଟ ଅନୁସାରେ ଆସନ୍ତା ଦୁଇଟି ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର
ସମାନ ରହିବ ବୋଲି କୁହାଯାଇଛି। ଏହି ରିପୋର୍ଟ ଅନୁସାରେ ବ୍ୟକ୍ତିଗତ ଉପଭୋଗ ଓ ପୁଞ୍ଜିନିବେଶ ଋଣ ବୃଦ୍ଧି ଦ୍ୱାରା ଅଧିକ ହେବ । ଏଥିପାଇଁ ଏକ
ସୁସଙ୍ଗତ ମୁଦ୍ରାନୀତି ଓ ମୁଦ୍ରାସ୍ଫୀତି ହାର ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍‍ ରହିବା ମୁଖ୍ୟତଃ ସାହାଯ୍ୟ କରିବ।

ବିଶ୍ୱବ୍ୟାଙ୍କ କହିଛି, ୨୦୧୮ ତୁଳନାରେ ୨୦୧୯ରେ ଭାରତରେ ପୁଞ୍ଜିନିବେଶ ହାର ସାମାନ୍ୟ କମ୍‍ ରହିବାର ପୂର୍ବାନୁମାନ କରାଯାଇଥିଲା। ତେବେ ସମ୍ପ୍ରତି ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପଗୁଡ଼ିକ ଯୋଗୁଁ ପୁଞ୍ଜିନିବେଶ ବୃଦ୍ଧି ପାଇବାର ଆଶା କରାଯାଉଛି।

Comments are closed.