ଆମେରିକାଠୁ କ୍ଷେପଣାସ୍ତ୍ର, ଲେଜର ଗାଇଡେଡ୍‌ ବୋମା କିଣିବ ଭାରତ

ନୂଆଦିଲ୍ଲୀ: ଚୀନ ସହିତ ସୀମା ବିବାଦ ମଧ୍ୟରେ ଭାରତ ଆମେରିକାଠାରୁ କ୍ଷେପଣାସ୍ତ୍ର ଏବଂ ଲେଜର ଗାଇଡେଡ୍‌ ବୋମା କିଣିବାକୁ ପ୍ରସ୍ତୁତି ଚଳାଇଛି।   ଏଥିପାଇଁ ଭାରତ ୪୦୦ କୋଟି ଡଲାର ଖର୍ଚ୍ଚ କରିବ। ଏହି ଅର୍ଥରେ ଆମେରିକା ଭାରତକୁ ୩୦ ସି ଗାର୍ଡିୟନ ପ୍ରଦାନ କରିବ। ଏହା ଭାରତୀୟ ସେନାକୁ ଆହୁରି ମଜଭୁତ କରିବ ବୋଲି କୁହାଯାଉଛି।

ଅନ୍ୟପଟେ ଚୀନ ପାକିସ୍ତାନକୁ ୪ଟି ସଶସ୍ତ୍ର ଡ୍ରୋନ ଦେବାକୁ ଯୋଜନା କରିଛି। ଗ୍ୱାଦର ବନ୍ଦରରେ ଥିବା ଚୀନ-ପାକିସ୍ତାନ ଅର୍ଥନୈତିକ କରିଡର ଏବଂ ପିପୁଲ୍ସ ଲିବରେଶନ ଆର୍ମି(ପିଏଲଏ)ର ନାଭାଲ୍‌ ବେସ୍‌ର ସୁରକ୍ଷା ପାଇଁ ଚୀନ ଏହି ଡ୍ରୋନ ପ୍ରଦାନ କରିବ। ସୂଚନାଯୋଗ୍ୟ, ଗ୍ବାଦର ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନର ଏକ ଅତ୍ୟଧିକ ସମ୍ବେଦନଶୀଳ ପ୍ରଦେଶ। ଏଠାରେ ବେଲ୍ଟ ଏବଂ ରୋଡ୍ ଇନିସିଏଟିଭ୍ ଅଧୀନରେ ଚୀନ୍ ୬୦ ବିଲିୟନ ଡଲାର ଖର୍ଚ୍ଚ କରିଛି।

Comments are closed.