ଭାରତ-ଶ୍ରୀଲଙ୍କା ଅନ୍ତିମ ଟ୍ବେଣ୍ଟି-୨୦ : ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ଶ୍ରୀଲଙ୍କା

ପୁଣେ : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ପ୍ରଥମେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଛନ୍ତି। ଏହି ମ୍ୟାଚଟି ପୁଣେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚକୁ ଜିତି ଭାରତୀୟ ଦଳ ସିରିଜ ହାତେଇବା ଲକ୍ଷ୍ୟରେ ରହିବ। ଅନ୍ୟପକ୍ଷରେ ଲାଶିଥ ମାଲିଙ୍ଗାଙ୍କ ନେତୃତ୍ବାଧିନ ଶ୍ରୀଲଙ୍କା ଦଳ ଅନ୍ତିମ ମ୍ୟାଚକୁ ଜିତି ସିରିଜକୁ ୧-୧ରେ ବରାବର କରିବା ପାଇଁ ପ୍ରୟାସ କରିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଇନ୍ଦୋରରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚରେ ଭାରତ ସହଜ ବିଜୟ ହାସଲ କରିଥିଲା।

Comments are closed.