ଭାରତ-ଶ୍ରୀଲଙ୍କା ପ୍ରଥମ ଟି-୨୦ ଆଜି

କଲମ୍ବୋ : ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍‌ ରବିବାର ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ନୂଆ ଖେଳାଳି ଭାବେ ଭାରତର ବରୁଣ ଚକ୍ରବର୍ତ୍ତୀ ଖେଳିବେ। ଏହି ସ୍ପିନରଙ୍କ ବୋଲିଂରେ ବେଶ୍‌ ବିବିଧତା ରହିଛି। ସୂର୍ଯ୍ୟକୁମାର ଯାଦବ ଓ ପୃଥ୍ବୀ ସ’ ଇଂଲଣ୍ଡ ଯିବାର ଥିବାରୁ ଦଳ ମ୍ୟାନେଜମେଣ୍ଟ ଏହି ୨ ଖେଳାଳିଙ୍କୁ ଖେଳାଇ ନ ପାରେ। ଦେବଦତ୍ତ ପାଡିକଲ ଓ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ମଧ୍ୟରୁ ଜଣେ ଖେଳିପାରନ୍ତି। ପାଣ୍ଡ୍ୟା ଭ୍ରାତା ହାର୍ଦିକ ଓ କ୍ରୁନାଲ ଖେଳିବା ନିଶ୍ଚିତ।

Comments are closed.