ଭାରତକୁ ଶ୍ରୀଲଙ୍କାର ସମର୍ଥନ

କଲମ୍ବୋ: ଜାତିସଂଘ ସୁରକ୍ଷା ପରିଷଦରେ ସ୍ଥାୟୀ ସଦସ୍ୟ ପଦ ପାଇଁ ଭାରତ ଓ ଜାପାନ ଦାବି କରୁଥିବା ବେଳେ ଏଥିପ୍ରତି ଶ୍ରୀଲଙ୍କାର ସମର୍ଥନ ରହିଛି ବୋଲି କହିଛନ୍ତି ଶ୍ରୀଲଙ୍କାର ରାଷ୍ଟ୍ରପତି ରନିଲ୍‌ ବିକ୍ରମସିଂଘେ।

ଶ୍ରୀଲଙ୍କାର ରାଷ୍ଟ୍ରପତି ବିକ୍ରମସିଂଘେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଯୋଗ ଦେବାକୁ ଜାପାନ ଯାଇଛନ୍ତି। ମଙ୍ଗଳବାର ସେ ଜାପାନର ବୈଦେଶିକ ମନ୍ତ୍ରୀ ୟାସିମାସା ହାୟାସିଙ୍କୁ ଭେଟି ସମର୍ଥନ ଜଣାଇଥିଲେ ା ଜାପାନ ସହିତ ଭାରତର ଦାବିକୁ ଶ୍ରୀଲଙ୍କା ସମର୍ଥନ କରେ ବୋଲି ସେ କହିଥିଲେ। ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେବାକୁ ଭାରତ ବହୁଦିନ ହେବ ଦାବି କରି ଆସୁଛି।

Comments are closed.