ପ୍ରଥମଥର ପାଇଁ ଭାରତ ଆୟୋଜନ କରିବ ଏସସିଓ ବୈଠକ

୨୦୧୭ରେ ସାଂଘାଇ ସହଯୋଗ ସଂଗଠନର ସଦସ୍ୟ ହେବା ପରେ ପ୍ରଥମ ଥର ପାଇଁ ଭାରତ ଏହି ବୈଠକର ଆୟୋଜନ କରିବାର ସୁଯୋଗ ପାଇଛି। ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ବୈଠକରେ ଆଲୋଚନା ହେବ। ଏଥିରେ ଚୀନ୍‍ ପ୍ରଧାନମନ୍ତ୍ରୀ ଲି କଚିଆଙ୍ଗ ସାଂଘାଇ ସହଯୋଗ ସଂଗଠନର ସରକାରୀ ମୁଖ୍ୟମାନଙ୍କ ଉନ୍ନବିଂଶ ବୈଠକରେ ଅଂଶଗ୍ରହଣ କରିବେ। ଆସନ୍ତା ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ।

ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ କହିଛି ପ୍ରଧାନମନ୍ତ୍ରୀ ଲି କଚିଆଙ୍ଗ ଓ ଅନ୍ୟ ନେତାମାନେ ବୈଠକରେ ଅଂଶଗ୍ରହଣ କରିବେ। ଗତ ସପ୍ତାହରେ ଏସ୍‍.ସି.ଓ ସେକ୍ରେଟାରୀ ଜେନେରାଲ ବ୍ଲାଦିମିର ନୋରବ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥନୈତିକ ସହଯୋଗ ବୈଠକର କାର୍ଯ୍ୟସୂଚୀରେ ମୁଖ୍ୟ ପ୍ରସଙ୍ଗ ରହିବା ବିଷୟ ଘୋଷଣା କରିଥିଲେ। ୨୦୦୧ ମସିହାରେ ଏସ୍‍.ସି.ଓର ଗଠନ କରାଯାଇଥିଲା। ଏହାର ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଭାରତ, ଚୀନ୍‍, ରୁଷ୍‍, କାଜାଖସ୍ତାନ, କିରଗିଜସ୍ତାନ, ତାଜିକସ୍ତାନ, ଉଜ୍‍ବେକିସ୍ତାନ ଓ ପାକିସ୍ତାନ ଭଳି ୮ଟି ଦେଶ ରହିଛନ୍ତି। ଏସ୍‍.ସି.ଓ ଦେଶଗୁଡ଼ିକର ଜନସଂଖ୍ୟା ମୋଟ୍‍ ବିଶ୍ୱ ଜନସଂଖ୍ୟାର ଶତକଡା ୪୨ଭାଗ।

Comments are closed.