ଜିଏସ୍‍ପି ସୁବିଧା ପ୍ରତ୍ୟାହାର ପାଇଁ ଆମେରିକାର ନିଷ୍ପତ୍ତି ନେଇ ଭାରତର କ୍ଷୋଭ

ନୂଆଦିଲ୍ଳୀ : ଭାରତକୁ ମିଳୁଥିବା ଜିଏସ୍‍ପି ସୁବିଧା ପ୍ରତ୍ୟାହାର କରିନେବା ପାଇଁ ଆମେରିକାର ନିଷ୍ପତ୍ତି ଉପରେ ଭାରତ କ୍ଷୋଭ ପ୍ରକାଶ କରିଛି। ଆସନ୍ତା ୫ ତାରିଖରୁ ଏହି ସୁବିଧା ପ୍ରତ୍ୟାହାର କରି ନିଆଯିବ। ଏକ ପ୍ରେସ୍‍ ବିବୃତ୍ତିରେ ବାଣିଜ୍ୟ ମନ୍ତ୍ରଣାଳୟ କହିଛି, ଏହି ସୁବିଧା ପ୍ରତ୍ୟାହାର କରିନେବାକୁ କିଛି
ଉନ୍ନତ ଦେଶ ଏକତରଫାଭାବେ କୌଣସି ଦେଶ ସହ ପରାମର୍ଶ ନ କରି ନିଷ୍ପତ୍ତି ନେଇଛନ୍ତି । ଭାରତ କହିଛି, ଦ୍ୱିପକ୍ଷୀୟ ବାଣିଜ୍ୟ ଆଲୋଚନାର
ଅଂଶସ୍ୱରୂପ ଏହାର ଏକ ସମାଧାନ ପନ୍ଥା ବାହାର କରିବାକୁ ଭାରତ ଅନୁରୋଧ କରିଥିଲା । କିନ୍ତୁ ଆମେରିକା ଏହା ଗ୍ରହଣ ନ କରିବା ଅତ୍ୟନ୍ତ
ଦୁର୍ଭାଗ୍ୟଜନକ । ଭାରତ, ଆମେରିକା ଓ ଅନ୍ୟାନ୍ୟ ଦେଶଭଳି ମଧ୍ୟ ସର୍ବଦା ନିଜର ଜାତୀୟ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇଥାଏ। ବିବୃତ୍ତିରେ କୁହାଯାଇଛି,
ଭାରତ ତା’ର ନିଜର ଜନସାଧାରଣଙ୍କର ଜୀବନଶୈଳୀକୁ ନେଇ ବହୁ ଆଶା ଓ ଆକାଂକ୍ଷ ରଖିଛି।

ଦୀର୍ଘ ଦଶକ ଧରି ପୁରାତନ ବାଣିଜ୍ୟ କାର୍ଯ୍ୟକ୍ରମ ଆଧାରରେ ଜିଏସପି ସୁବିଧାରେ ବିନା ଶୁଳ୍କରେ ଭାରତ ଆମେରିକାକୁ ସାମଗ୍ରୀ ରପ୍ତାନୀ କରିବାର ସୁବିଧା ପାଉଥିଲା।

 

Comments are closed.