ଭାରତରେ ଏକ ଲକ୍ଷରେ କରୋନା ମୃତ୍ୟୁ ହାର ୦.୩% , ବିଶ୍ୱରେ ୪.୪%

ସମାଜ ପୋର୍ଟାଲ ଡେସ୍କ: ଦେଶରେ କୋଭିଡ – ୧୯ ସଂକ୍ରମଣ ହ୍ରାସ ଦିଗରେ ଲକ୍ ଡାଉନ, ଠିକ ସମୟରେ ଚିହ୍ନଟ ଏବଂ ପରିଚାଳନା ଭଳି ପଦକ୍ଷେପ ଯୋଗୁ ମୃତ୍ୟୁ ହାର ୦.୩ ପ୍ରତିଶତରେ ସୀମିତ ରହିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ କହିଛନ୍ତି, ସାରା ବିଶ୍ୱରେ କରୋନା ଜନିତ ମୃତ୍ୟୁ ହାର ଏକ ଲକ୍ଷ ଜନସଂଖ୍ୟାରେ ୪.୪ ପ୍ରତିଶତ ହୋଇଥିବା ବେଳେ ଭାରତରେ ଏହି ହାର ୦.୩ରେ ସୀମିତ ରହିଛି । ସେ କହିଛନ୍ତି ଯେ ଏହି ମୃତ୍ୟୁ ହାର ବିଶ୍ୱରେ ସବୁଠାରୁ କମ ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ କଠୋର କଣ୍ଟେନମେଣ୍ଟ ବ୍ୟବସ୍ଥା ଯୋଗୁ ଆମେ ଏହି ଭୁତାଣୁ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିପାରିଛୁ। ଯୁଗ୍ମ ସଚିବ କହିଛନ୍ତି ଯେ ଭାରତରେ କୋଭିଡ – ୧୯ ମାମଲାର ସମୟ ସୀମାକୁ ବିଚାରକୁ ନେଲେ ଏଥିରେ କୌଣସି ପ୍ରକାର ହଠାତ ବୃଦ୍ଧି ଘଟିନାହିଁ। ସେ କହିଛନ୍ତି ଯେ ସଂକ୍ରମଣ ପାଇଁ ଟିକା ନ ମିଳିବା ପର୍ଯ୍ୟନ୍ତ ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ପ୍ରତିଷେଧକ ଦିଗ ଅଭ୍ୟାସ କରିବା ଜରୁରୀ ଅଟେ। ଅଗ୍ରୱାଲ କହିଛନ୍ତି ଯେ, ଲୋକଙ୍କ ସମର୍ଥନ ଏବଂ ସଂଗ୍ରାମ ଯୋଗୁଁ ଭାରତ ସଫଳତା ପାଇଛି ଓ ଆମେ ଏହାକୁ ଜାରି ରଖିବା ଏବଂ ସାମାଜିକ ଟିକା ଭାବରେ ସାମାଜିକ ଦୂରତା ଅଭ୍ୟାସ କରିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ ପୂର୍ବରୁ କହିଥିଲେ ଯେ ଭାରତରେ କୋଭିଡ – ୧୯ ମାମଲାର ପୁନରୁଦ୍ଧାର ହାରରେ ଯଥେଷ୍ଟ ଉନ୍ନତି ଘଟିଥିବା ବେଳେ ମୃତ୍ୟୁ ହାର ବିଶ୍ୱରେ ସର୍ବନିମ୍ନ ଅଟେ।

Comments are closed.