‘ହୁ’ ମାନଚିତ୍ରରେ ଜାମ୍ମୁ-କାଶ୍ମୀର ଭିନ୍ନ; ପ୍ରତିବାଦ କଲା ଭାରତ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ) ୱେବ୍‌ସାଇଟ୍‌ରେ ଭାରତ ତଥା ଜାମ୍ମୁ-କାଶ୍ମୀର ଓ ଲଦାଖର ତ୍ରୁଟିପୂର୍ଣ୍ଣ ନକ୍ସା ପ୍ରଦର୍ଶନ କରିଛି। ଭାରତ ମାନଚିତ୍ରରେ ଏହି ଦୁଇ କେନ୍ଦ୍ରଶାସିତ ଅଞ୍ଚଳକୁ ଭିନ୍ନ ରଙ୍ଗରେ ଚିହ୍ନିତ କରିଛି। ଏହାକୁ ନେଇ ଭାରତ ଆପତ୍ତି ଉଠାଇବା ପରେ ହୁ’ କର୍ତ୍ତୃପକ୍ଷ ସ୍ପଷ୍ଟୀକରଣ ସ୍ବରୂପ ନିଜସ୍ବ ପୋର୍ଟାଲରେ ଏକ ‘ଡିସ୍‌କ୍ଲେମର’ ଜାରି କରିଛନ୍ତି। ରାଜ୍ୟସଭାରେ ଏହି ସୂଚନା ଦେଇଛନ୍ତି ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ବି.ମୂରଲୀଧରନ୍। ଭାରତର ପ୍ରତିବାଦ ପରେ ହୁ ଜେନିଭାସ୍ଥିତ ଭାରତୀୟ ସ୍ଥାୟୀ ମିସନଙ୍କୁ ୱେବ୍‌ସାଇଟ୍‌ରେ ଡିସ୍‌କ୍ଲେମର ଜାରି ହୋଇଥିବାର ସୂଚନା ଦେଇଛନ୍ତି। ମାନଚିତ୍ରରେ ଦର୍ଶାଯାଇଥିବା ଚିହ୍ନ ବା ରଙ୍ଗକୁ ଦେଶର ସୀମା ଭାବେ ଉପସ୍ଥାପିତ କରାଯାଇ ନ ଥିବା ଏଥିରେ କୁହାଯାଇଛି।

Comments are closed.